Get Updates
Get notified of breaking news, exclusive insights, and must-see stories!

ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଅବଧି

ବଢ଼ିଲା ଯୁକ୍ତ ଦୁଇ ନାମ ଲେଖା ଅବଧି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମୟ ସମୟ ସୀମା ବୃଦ୍ଧି ହୋଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁମୋଦନ ପରେ ସମୟ ସୀମା ବୃଦ୍ଧି କରାଯାଇଛି ।

ଭୁବନେଶ୍ୱର: ବଢ଼ିଲା ଯୁକ୍ତ ଦୁଇ ନାମ ଲେଖା ଅବଧି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମୟ ସମୟ ସୀମା ବୃଦ୍ଧି ହୋଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁମୋଦନ ପରେ ସମୟ ସୀମା ବୃଦ୍ଧି କରାଯାଇଛି ।

Plus Two Admission

ଅଗଷ୍ଟ ୨୫ ପର୍ଯ୍ୟନ୍ତ ହେବାକୁ ଥିବା ନାମଲେଖା ୩୦ ପର୍ଯ୍ୟନ୍ତ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୮ରୁ ୧୦ ପର୍ଯ୍ୟନ୍ତ ହେବ ବୋଲି ନିଷ୍ପତ୍ତି ହୋଇଛି । ତତକାଳ ନାମଲେଖା ଅବଧି ସେପ୍ଟମ୍ବର ୧୫ ଓ ୧୬ ତାରିଖରେ ହେବାର ଥିଲା । ଏହା ଏବେ ୧୭ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦେଖି ସରକାର ଏହି ଅବଧି ବଢ଼ାଇଥିବା କୁହାଯାଉଛି ।

ସୂଚନାଥାଉ କି, ଗତ ୧୭ ତାରିଖରେ ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା (କଟ୍ଅଫ୍ ମାର୍କ) ପ୍ରକାଶ ପାଇଥିଲା । ବିଜ୍ଞାନ ଓ ବାଣିଜ୍ୟ ବିଷୟ ରେଭେନ୍ସା କଲେଜ ଶୀର୍ଷରେ ରହିଛି । ସେହିପରି କଳା ପାଇଁ କୃଷ୍ଣପ୍ରସାଦ କଣ୍ଡାଖାଇ ହାଇଅର ସେକେଣ୍ଡାରୀ ସ୍କୁଲ ଶୀର୍ଷରେ ରହିଛି । ବିଜ୍ଞାନରେ ସାଧାରଣ ବର୍ଗଙ୍କ ପାଇଁ ୯୪.୩୩% ସହ ରେଭେନ୍ସା ଶୀର୍ଷରେ ରହିଛି। ୯୩.୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଦ୍ୱିତୀୟ ଓ ୯୩% କଟଅଫ୍‌ ସହ ଭୁବନେଶ୍ୱର ବିଜେବି କଲେଜ ତୃତୀୟ ସ୍ଥାନରେ ଥିବା ଜଣାପଡ଼ିଛି ।

ସେହିପରି ବାଣିଜ୍ୟରେ ୮୪.୧୭ ପ୍ରତିଶତ ମାର୍କ ସହ ରେଭେନ୍ସା ଶୀର୍ଷରେ ରହିଛି । ଦ୍ୱିତୀୟ ସ୍ଥାନରେ ୮୦.୬୭ ପ୍ରତିଶତ ସହ ରାଉରକେଲା ସରକାରୀ କଲେଜ ରହିଛି । ୭୯.୮୩ ପ୍ରତିଶତ କଟଅଫ ମାର୍କ ସହ ବିଜେବି ବାଣିଜ୍ୟ କଲେଜ ତୃତୀୟ ସ୍ଥାନରେ ରହିଛି । କଳାରେ କୃଷ୍ଣପ୍ରସାଦର କନ୍ଦାଖାଇ କଲେଜ ୮୩.୫୦ ପ୍ରତିଶତ ସହ ଟପରେ ରହିଛି । ୮୩.୩୩ ପ୍ରତିଶତ ସହ ରେଭେନ୍ସା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୮୩.୧୭ ପ୍ରତିଶତ ସହ ନରସିଂହପୁର କଲେଜ ତୃତୀୟ ସ୍ଥାନରେ ରହିଛି ।

ଯୁକ୍ତ୨ ନାମଲେଖାଇବା ପାଇଁ ୪,୦୪,୪୦୦ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି । କଳାରେ ୨,୪୯,୭୧୩ ଜଣ ଇଣ୍ଟିମେସନ ପାଇଥିବାବେଳେ ବିଜ୍ଞାନରେ ୧,୧୭,୬୫୩ ଜଣ ଇଣ୍ଟିମେସନ ପାଇଛନ୍ତି। ସେହିଭଳି ବାଣିଜ୍ୟରେ ୪୫,୩୩୨ ଜଣ ଇଣ୍ଟିମେସନ ପାଇଛନ୍ତି । ସଂସ୍କୃତ ରେ ୧୩,୨୬୮ ଓ ଧନ୍ଦାମୂଳକ ରେ ୧୦,୨୩୨ ଜଣଙ୍କୁ ଇଣ୍ଟିମେସନ ମିଳିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+