ଆଜିଠୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ
ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୩ ଆଡମିଶନ ପାଇଁ ନାମଲେଖା ପ୍ରକ୍ରିୟା । ଛାତ୍ରଛାତ୍ରୀମାନେ www.samsodisha.gov.inରେ ସିଏଏଫ୍ ଫର୍ମ ପୂରଣ କରିବେ । ସେପ୍ଟେମ୍ବର ୪ ଆବଦେନର ଶେଷ ତାରିଖ ।
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୩ ଆଡମିଶନ ପାଇଁ ନାମଲେଖା ପ୍ରକ୍ରିୟା । ଛାତ୍ରଛାତ୍ରୀମାନେ www.samsodisha.gov.in ରେ ସିଏଏଫ୍ ଫର୍ମ ପୂରଣ କରିବେ । ସେପ୍ଟେମ୍ବର ୪ ଆବଦେନର ଶେଷ ତାରିଖ ।

ସେପ୍ଟେମ୍ବର ୯ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ୧୪ ତାରିଖ ଯାଏଁ ନାମଲେଖା ପ୍ରକ୍ରିୟା ଚାଲିବ। ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲରେ ନାମଲେଖା ଫି ଦାଖଲ କରିବେ । ସେପ୍ଟେମ୍ବର ୨୧ରେ ବାହାରିବ ସେକେଣ୍ଡ ମେରିଟ ଲିଷ୍ଟ । ୨୪ ତାରିଖ ଯାଏଁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ । ଏହା ପରେ ବଳକା ସିଟ ପୂରଣ ନେଇ ପରବର୍ତ୍ତୀ ସମୟରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରିହେବ।












Click it and Unblock the Notifications