Get Updates
Get notified of breaking news, exclusive insights, and must-see stories!

ପ୍ରକାଶ ପାଇଲା +୨ କଟଅଫ୍ ମାର୍କ: ବିଜ୍ଞାନ ଓ ବାଣିଜ୍ୟ ପାଇଁ ଶୀର୍ଷରେ ରେଭେନ୍ସା

ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା (କଟ୍ଅଫ୍ ମାର୍କ) ପ୍ରକାଶ ପାଇଛି । ବିଜ୍ଞାନ ଓ ବାଣିଜ୍ୟ ବିଷୟ ରେଭେନ୍ସା କଲେଜ ଶୀର୍ଷରେ ରହିଛି ।

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା (କଟ୍ଅଫ୍ ମାର୍କ) ପ୍ରକାଶ ପାଇଛି । ବିଜ୍ଞାନ ଓ ବାଣିଜ୍ୟ ବିଷୟ ରେଭେନ୍ସା କଲେଜ ଶୀର୍ଷରେ ରହିଛି । ସେହିପରି କଳା ପାଇଁ କୃଷ୍ଣପ୍ରସାଦ କଣ୍ଡାଖାଇ ହାଇଅର ସେକେଣ୍ଡାରୀ ସ୍କୁଲ ଶୀର୍ଷରେ ରହିଛି । ବିଜ୍ଞାନରେ ସାଧାରଣ ବର୍ଗଙ୍କ ପାଇଁ ୯୪.୩୩% ସହ ରେଭେନ୍ସା ଶୀର୍ଷରେ ରହିଛି। ୯୩.୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଦ୍ୱିତୀୟ ଓ ୯୩% କଟଅଫ୍‌ ସହ ଭୁବନେଶ୍ୱର ବିଜେବି କଲେଜ ତୃତୀୟ ସ୍ଥାନରେ ଥିବା ଜଣାପଡ଼ିଛି ।

Plus Two Cutoff Mark

ସେହିପରି ବାଣିଜ୍ୟରେ ୮୪.୧୭ ପ୍ରତିଶତ ମାର୍କ ସହ ରେଭେନ୍ସା ଶୀର୍ଷରେ ରହିଛି । ଦ୍ୱିତୀୟ ସ୍ଥାନରେ ୮୦.୬୭ ପ୍ରତିଶତ ସହ ରାଉରକେଲା ସରକାରୀ କଲେଜ ରହିଛି । ୭୯.୮୩ ପ୍ରତିଶତ କଟଅଫ ମାର୍କ ସହ ବିଜେବି ବାଣିଜ୍ୟ କଲେଜ ତୃତୀୟ ସ୍ଥାନରେ ରହିଛି । କଳାରେ କୃଷ୍ଣପ୍ରସାଦର କନ୍ଦାଖାଇ କଲେଜ ୮୩.୫୦ ପ୍ରତିଶତ ସହ ଟପରେ ରହିଛି । ୮୩.୩୩ ପ୍ରତିଶତ ସହ ରେଭେନ୍ସା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୮୩.୧୭ ପ୍ରତିଶତ ସହ ନରସିଂହପୁର କଲେଜ ତୃତୀୟ ସ୍ଥାନରେ ରହିଛି ।

Plus Two Cutoff Mark

ସୂଚନାଯୋଗ୍ୟ ସାମ୍ସ ପୋର୍ଟାଲରେ ତାଲିକା ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ନାମଲେଖା ଅଗଷ୍ଟ ୧୯ ରୁ ୨୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ଅଗଷ୍ଟ ୨୭ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖାର ସ୍ଲାଇଡ୍‍ ଅପ୍‍ ହେବାକୁ ଥିବାବେଳେ ସେପ୍ଟେମ୍ବର ୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୫ରୁ ଆରମ୍ଭ ହେବ । ନାମଲେଖା ବାବଦରେ ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ ସମସ୍ତ ତଥ୍ୟ ପାଇ ପାରିବେ । ତେବେ +୨ ନାମ ଲେଖାପାଇଁ ୭ ଲକ୍ଷ ୭୮ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ୪ ଲକ୍ଷ ୭୪ ହଜାର ୨୭୭ ଜଣ ଫି' ଦାଖଲ କରିଛନ୍ତି ।

Plus Two Cutoff Mark

ଯୁକ୍ତ୨ ନାମଲେଖାଇବା ପାଇଁ ୪,୦୪,୪୦୦ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି । କଳାରେ ୨,୪୯,୭୧୩ ଜଣ ଇଣ୍ଟିମେସନ ପାଇଥିବାବେଳେ ବିଜ୍ଞାନରେ ୧,୧୭,୬୫୩ ଜଣ ଇଣ୍ଟିମେସନ ପାଇଛନ୍ତି। ସେହିଭଳି ବାଣିଜ୍ୟରେ ୪୫,୩୩୨ ଜଣ ଇଣ୍ଟିମେସନ ପାଇଛନ୍ତି । ସଂସ୍କୃତ ରେ ୧୩,୨୬୮ ଓ ଧନ୍ଦାମୂଳକ ରେ ୧୦,୨୩୨ ଜଣଙ୍କୁ ଇଣ୍ଟିମେସନ ମିଳିଛି। ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା । ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ନାମେଲଖା ଜାରି ରହିବ। ତେବେ ବନ୍ୟା ସ୍ଥିତିକୁ ଦେଖି ନାମଲେଖା ଅବଧି ବଢ଼ିପାରେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+