Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାର ଗବେଷଣାରତ ଛାତ୍ରଛାତ୍ରୀ ପାଇବେ 5 ଲକ୍ଷ ଟଙ୍କା: ରାଜ୍ୟ ସରକାର ମାସକୁ ଦେବେ 15 ହଜାର ଟଙ୍କାର ଫେଲୋସିପ୍

ଓଡ଼ିଶା ବିଶ୍ବବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା (OURIIP) ରାଜ୍ୟ ସରକାର ହାତକୁ ନେଇଛନ୍ତି । ଏଥିରେ ସିଡ୍ ମନି 2 କୋଟି ଏବଂ ଫେଲୋସିପ୍ 3.5 କୋଟି ଟଙ୍କା ଦିଆଯାଉଛି ।

ଭୁବନେଶ୍ୱର: ଓଡ଼ିଶା ବିଶ୍ବବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା (OURIIP) ରାଜ୍ୟ ସରକାର ହାତକୁ ନେଇଛନ୍ତି । ଏଥିରେ ସିଡ୍ ମନି 2 କୋଟି ଏବଂ ଫେଲୋସିପ୍ 3.5 କୋଟି ଟଙ୍କା ଦିଆଯାଉଛି । ଏହି ସିଡ୍ ମନିରେ ବିଶ୍ୱବିଦ୍ୟାଳୟ କିମ୍ବା ଏଡେଡ୍ କଲେଜର ଯୁବ ଅଧ୍ୟାପକ ବା ଅଧ୍ୟାପିକା ଯେଉଁମାନଙ୍କ ବୟସ 45 ବର୍ଷରୁ କମ୍ ହୋଇଥିବ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।

ଏହିମାନେ ପ୍ରପୋଜାଲ୍ ସବମିଟ୍ କରିବେ, ଏହାପରେ ଏହାର ସମୀକ୍ଷା କରାଯାଇ ଚୟନ କରାଯିବ । ଚଳିତ ବର୍ଷ 106 ଜଣ ଦାଖଲ କରିଥିବା ବେଳେ ପ୍ରତିବର୍ଷ 40 ଜଣଙ୍କୁ ରାଜ୍ୟ ସରକାର ବାଛିବେ । ଆଜି ଠାରୁ ଏହି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ସେମାନଙ୍କୁ ଦୁଇ ବର୍ଷ ମଧ୍ୟରେ 5 ଲକ୍ଷ ଟଙ୍କାର ସିଡ୍ ମନି ଦିଆଯିବ । ଅପରପକ୍ଷରେ 3.5 କୋଟି ଟଙ୍କାର ସିଡ୍ ମନି ଥିବା ବିଭାଗରେ 175 ଜଣଙ୍କୁ ରେଗୁଲାର୍ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ନିଆଯାଇଛି । ଏଥିରେ ମାସିକ 15 ହଜାର ଟଙ୍କା ଫେଲୋସିପ ପ୍ରଦାନ କରାଯାଉଛି ।

 phd student

35ଟି ବିଷୟରେ ଏହି ଫେଲୋସିପ୍ ପ୍ରଦାନ କରାଯାଉଛି । ପ୍ରତି ବିଷୟରେ 5ଟି ଫେଲୋସିପ ଦିଆଯାଉଛି ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ଅରୁଣ ସାହୁ । ଆହୁରି ମଧ୍ୟ ଏହି ବିଭାଗରେ ଚୟନ ହୋଇଥିବା ଗବେଷଣାରତ ଛାତ୍ରଛାତ୍ରୀମାନେ 4 ବର୍ଷ ମଧ୍ୟରେ ସେମାନଙ୍କର ଗବେଷଣା ଶେଷ କରିବେ । ଏହି ଯୋଜନା ମାଧ୍ୟମରେ ଉଚ୍ଚଶିକ୍ଷାର ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ସରକାର ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ବିଶ୍ବସ୍ତରରେ ପହଞ୍ଚାଇବା ପାଇଁ ହୋଇଛି ଏହି ଯୋଜନା । ଏହି ଭଳି ଏକ ଉଦ୍ୟମ ମାଧ୍ୟମରେ ଗବେଷଣାଜନିତ ଦୁରତ୍ବ ହ୍ରାସ ହୋଇଛି । ପୂର୍ଣ୍ଣକାଳୀନ ଗବେଷଣାରତ ପିଲାଙ୍କୁ PHD ପାଇଁ ଫେଲୋସିପ ଯୋଗାଯାଉଛି ବୋଲି କହିଛନ୍ତି ଅରୁଣ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+