କଳାପଟା ନାହିଁ: କବାଟରେ ଲେଖା ହେଲା ପ୍ରଶ୍ନପତ୍ର, ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
କଳାପଟା ନଥିବାରୁ କବାଟରେ ଲେଖା ହେଲା ପ୍ରଶ୍ନ ପତ୍ର । କବାଟକୁ ଦେଖି ପରୀକ୍ଷା ଦେଲେ ଛାତ୍ର ଛାତ୍ରୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଣ୍ଟିଆ ପଞ୍ଚାୟତରେ ଥିବା ହିଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ।
ଯାଜପୁର: କଳାପଟା ନଥିବାରୁ କବାଟରେ ଲେଖା ହେଲା ପ୍ରଶ୍ନ ପତ୍ର । କବାଟକୁ ଦେଖି ପରୀକ୍ଷା ଦେଲେ ଛାତ୍ର ଛାତ୍ରୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଣ୍ଟିଆ ପଞ୍ଚାୟତରେ ଥିବା ହିଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ।

ସୋମବାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପରୀକ୍ଷା ହେବାକୁ ପୂର୍ବରୁ କାର୍ଯ୍ୟସୂଚୀ ଦିଆଯାଇ ଥିଲା। ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ହୋଇ ନିର୍ଦ୍ଧାରିତ ସମୟରେ ଶ୍ରେଣୀ ଗୃହରେ ପହଞ୍ଚି ଥିଲେ । ପ୍ରଶ୍ନପତ୍ର ନ ପାଇବାରୁ ପରୀକ୍ଷା ଆରମ୍ଭ ହୋଇପାରି ନଥିଲା। ଏ ବିଷୟରେ ଜାଣିବା ପରେ ବିଦ୍ୟାଳୟରେ ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟମାନେ ପହଞ୍ଚିଥିଲେ। ଏହାକୁ ନେଇ ପ୍ରଧାନଶିକ୍ଷୟିତ୍ରୀ ସରସ୍ବତୀ ପଣ୍ଡା ଓ ପରିଚାଳନା କମିଟି ସଦସ୍ୟଙ୍କ ମଧ୍ୟ୍ୟରେ କଥା କଟାକଟି ଓ ଯୁକ୍ତିତର୍କ ହୋଇଥିଲା।
ଶେଷରେ ବିଦ୍ୟାଳୟରେ କଳା ପଟା ନଥିବାରୁ ଶିକ୍ଷକ କବାଟରେ ପ୍ରଶ୍ନ ଲେଖିଥିଲେ । ତାକୁ ଦେଖି ଖାତାରେ ଉତ୍ତର ଲେଖିଥିଲେ ଛାତ୍ର ଛାତ୍ରୀ ମାନେ ।
ଆଶ୍ଚର୍ଯ୍ୟ ର କଥା ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ୧୦ କିଲୋମିଟର ଦୂରତାରେ ଏହି ବିଦ୍ୟାଳୟ । ୫-ଟି ରୂପାନ୍ତରିତ ବିଦ୍ୟାଳୟରେ କଳାପଟା ନାହିଁ । ରୂପାନ୍ତରଣରେ ବିପୁଳ ଅର୍ଥ ଖର୍ଚ୍ଚ ପରେ ପିଲାମାନେ ଏଭଳି ପରୀକ୍ଷା ଦେବାକୁ ଅଭିଭାବକମାନେ ଗ୍ରହଣ କରିପାରୁ ନାହାନ୍ତି।
ସ୍କୁଲ କମିଟି ଅଧ୍ୟକ୍ଷ ସଂଯୁକ୍ତ ମହାରଣା କହିଛନ୍ତି, ସ୍କୁଲକୁ ପ୍ରଶ୍ନପତ୍ର ଆସି ନଥିବାରୁ ପିଲାମାନେ ପରୀକ୍ଷା ନଦେଇ ଚୁପଚାପ ବସିଥିଲେ। ଆମେ ପ୍ରଶ୍ନ କରିବାରୁ ସରକାର ପ୍ରଶ୍ନପତ୍ର ପାଇଁ ପଇସା ଦେଇନାହାନ୍ତି ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଥିଲେ। କଳାପଟାରେ ପ୍ରଶ୍ନ ଲେଖାଯିବ ଓ ପିଲାମାନେ ତାହା ଦେଖି ଉତ୍ତର ଖାତାରେ ଲେଖିବେ ବୋଲି କହିଥିଲେ। ଆମେ ପାଟିତୁଣ୍ଡ କରିବାରୁ ସ୍କୁଲ କ୍ୟାମ୍ପସରୁ ବାହାରି ଯିବାକୁ କହିଥିଲେ।












Click it and Unblock the Notifications