Get Updates
Get notified of breaking news, exclusive insights, and must-see stories!

ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ସିଲାବସ୍, ଯୋଡି ହେଲା ନୂଆ ବିଷୟ

ନବମ ଓ ଦଶମ ଶ୍ରେଣୀ ପାଠପଢା ପାଇଁ ଆସିଲା ନୂଆ ସିଲାବସ୍ । ୨୦୨୨-୨୩ ଶିକ୍ଷାବର୍ଷରେ ଲାଗୁହେବ ନୂଆ କରିକୁଲମ୍ । ନୂଆ ବ୍ୟବସ୍ଥାରେ ପଢିବେ ନବମ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ।

କଟକ: ନବମ ଓ ଦଶମ ଶ୍ରେଣୀ ପାଠପଢା ପାଇଁ ଆସିଲା ନୂଆ ସିଲାବସ୍ । ୨୦୨୨-୨୩ ଶିକ୍ଷାବର୍ଷରେ ଲାଗୁହେବ ନୂଆ କରିକୁଲମ୍ । ନୂଆ ବ୍ୟବସ୍ଥାରେ ପଢିବେ ନବମ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ନୂଆ ଶିକ୍ଷା ପ୍ରଣାଳୀ ବିଷୟରେ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ ।ଏହି ନୂଆ ବିଷୟ ହେଉଛି 'ଆସ୍‌ପିରେସନାଲ୍‌ କମ୍ପୋନେଣ୍ଟ'। ଚଳିତବର୍ଷ କେବଳ ନବମ ଶ୍ରେଣୀରୁ ଆରମ୍ଭ ହେବ ଏହି ନୂଆ ବିଷୟ। ଆସନ୍ତା ବର୍ଷଠାରୁ ଉଭୟ ନବମ ଓ ଦଶମରେ ଲାଗୁ ହେବ। ଆସ୍‌ପିରେସନାଲ୍‌ କମ୍ପୋନେଣ୍ଟରେ ୪ଟି ବିଭାଗ ରହିବ। ସେଗୁଡ଼ିକ ହେଉଛି- ବୁକ୍‌ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲମ ଆକ୍ଟିଭିଟି ଓ ବେସିକ୍‌ ଆଇଟି ସ୍କିଲ୍‌। ପ୍ରତ୍ୟେକ ବିଭାଗ ପାଇଁ ୨୫ ଲେଖାଏଁ ମାର୍କ ରହିବ। ଏହିପରି ୪ଟି ବିଭାଗ ପାଇଁ ମୋଟ ୧୦୦ ମାର୍କ ରହିବ ।

New Syllabus

ବୁକ୍ ରିଭ୍ୟୁ

ପିଲାମାନେ ଗୋଟିଏ ବହି ପଢ଼ି ତା'ର ସମାରୀ ଲେଖିବେ। ପିଲାମାନେ ବେଷ୍ଟ ସେଲ୍‌ର ବହି, ଫିକ୍‌ସନ୍‌ ବହି, କ୍ଳାସିକ୍‌ ବହି ବା ସପ୍ତମ ଓ ଅଷ୍ଟମ ଶ୍ରେଣୀର କୌଣସି ବହିକୁ ପଢ଼ି ତାହାର ସମାରୀ ଲେଖିବେ। ପିଲାମାନଙ୍କୁ ଶିକ୍ଷକମାନେ ଗାଇଡ଼୍‌ କରିବେ। କିନ୍ତୁ ଗ୍ରାଫିକ୍ସ ନୋଭେଲ୍‌ ବା ଗ୍ରାଫିକ୍ସ ଫିକ୍‌ସନ୍‌ ବା କୌଣସି ବାୟୋଗ୍ରାଫିର ରିଭ୍ୟୁ କରିପାରିବେ ନାହିଁ ପିଲାମାନେ।

ପ୍ରୋଜେକ୍ଟ ୱାର୍କ

ଫରମେଟିଭ୍‌ ଆସେସ୍‌ମେଣ୍ଟରେ ପିଲାମାନେ ପ୍ରୋଜେକ୍ଟ ୱାର୍କ କରୁଛନ୍ତି। ସାମାଜିକ ବିଜ୍ଞାନ, ବିଜ୍ଞାନ ଓ ଗଣିତରେ ପିଲାମାନେ ପ୍ରୋଜେ ୱାର୍କ କରୁଛନ୍ତି। କିନ୍ତୁ ଏଥର ପିଲାମାନେ ପାଠ୍ୟ ପୁସ୍ତକ ଭିତର ଓ ବାହାର ବିଷୟକୁ ନେଇ ପ୍ରୋଜେକ୍ଟ ୱାର୍କ କରିବେ। ଯେଉଁ ପ୍ରୋଜେକ୍ଟ ୱାର୍କ ଫରମେଟିଭ ଆସେସ୍‌ମେଣ୍ଟରେ କରିଥିବେ, ସେହି ବିଷୟକୁ ଦ୍ୱିତୀୟ ଥର କରିବେ ନାହିଁ। ଏଥିପାଇଁ ଦିଆଯାଇଥିବା ସର୍ତ୍ତ ଓ ଗାଇଡ୍‌ଲାଇନ୍‌କୁ ଫଲୋ କରି ପିଲାମାନେ ପ୍ରୋଜେକ୍ଟ ୱାର୍କ କରିବେ।

କୋ-କରିକୁଲମ ଆକ୍ଟିଭିଟି

ପ୍ରତି ସ୍କୁଲରେ କୋ-କରିକୁଲମ ଆକ୍ଟିଭିଟି ହେଉଛି। କିନ୍ତୁ ଏଥର ଯେଉଁ କୋ-କରିକୁଲମ ଆକ୍ଟିଭିଟି କରାଯାଉଛି, ତାହା ବାଧ୍ୟତାମୂଳକ ହେବ। କାରଣ ଏଥିପାଇଁ ମାର୍କ ଦିଆଯାଉଛି। କୋ-କରିକୁଲମ ଆକ୍ଟିଭିଟି ୭ଟି ଆକ୍ଟିଭିଟିକୁ ନିଆଯାଇଛି। ବାଧ୍ୟତାମୂଳକ କୋ-କରିକୁଲମ ଆକ୍ଟିଭିଟି ହେଉଛି ଫିଜିକାଲ୍‌ ଡେଭ୍‌ଲପ୍‌ମେଣ୍ଟ ଆକ୍ଟିଭିଟି (ଗେମ୍‌ସ, ସ୍ପୋର୍ଟ୍ସ, ଆଥଲେଟିକ୍ସ, ଯୋଗ, ସନ୍ତରଣ, ମାସ୍‌ ଡ୍ରିଲ, ଆସନ ପ୍ରମୁଖ)। ବାକି ୬ଟି(ଲିଟେରାସି, କଲ୍‌ଚରାଲ୍‌, ସୋସିଆଲ୍‌ ଡେଭଲପ୍‌ମେଣ୍ଟ, ସିଟିଜେନସିପ୍‌ ଟ୍ରେନିଂ ଆକ୍ଟିଭିଟି ଓ ଲିଜର ଟାଇମ୍‌ ଆକ୍ଟିଭିଟି)ରୁ ଯେ କୌଣସି ୨ଟି ବିଷୟକୁ ପିଲାମାନେ ନେଇପାରିବେ। ଯଦି କୌଣସି ପିଲା ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିବେ, ତାହାହେଲେ ସେମାନେ ୨ଟି ବିଷୟ ନେବେ ନାହିଁ।

ବେସିକ୍‌ ଆଇଟି ସ୍କିଲ୍‌

ସବୁ ପିଲା ବେସିକ୍‌ ଆଇଟି ସ୍କିଲ୍‌ ପାଇବେ। କାରଣ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସବୁ ସ୍କୁଲ 5-Tରେ ଅନ୍ତର୍ଭୁକ୍ତ ହୋଇଯିବେ। ଏଥିପାଇଁ ଆବଶ୍ୟକ ହେଉଥିବା ବୈଷୟିକ ଭିତ୍ତିଭୂମି ଯୋଗାଇ ଦିଆଯାଉଛି। ଏଥିରେ ଟାଇପିଂ ସ୍କିଲ୍ସ, ୱେବ୍‌ ବ୍ରାଉଜର ବ୍ୟବହାର, ମାଇକ୍ରୋସଫ୍ଟ ଅଫିସ୍‌ ଓ ୱାର୍ଡରେ କାମ କରିବା, ମାଇକ୍ରୋସଫ୍ଟ ଏକ୍ସଲ୍‌, ପାୱାର ପଏଣ୍ଟ ପ୍ରେଜେଣ୍ଟସନ୍‌ ଆଦି ଶିକ୍ଷା ଦିଆଯିବ। ଏଥିସହିତ ଇଣ୍ଟରନେଟ୍‌ କେମିତି ବ୍ୟବହାର କରିବେ, ତାହା ମଧ୍ୟ ପିଲାଙ୍କୁ ତାଲିମ ଦିଆଯିବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+