Get Updates
Get notified of breaking news, exclusive insights, and must-see stories!

ନବମ ଓ ଦଶମ ଶେଣୀ ପାଠ୍ୟକ୍ରମ ପାଇଁ ଆସିଲା ନୂଆ ସର୍କୁଲାର

ନବମ ଓ ଦଶମ ଶେଣୀ ପାଠ୍ୟକ୍ରମ ପାଇଁ ଆସିଲା ନୂଆ ସର୍କୁଲାର । କରୋନା ପାଇଁ ଦୁଇ ଭାଗରେ ବିଭକ୍ତ ହେବ ନବମ ଓ ଦଶମ ଶେଣୀ ପାଠ୍ୟକ୍ରମ। ଏନେଇ ନୂଆ ଯୋଜନା କରିଛି ମାଧ୍ୟମିକ ଶିକ୍ଷା ପରିଷଦ।

ଭୁବନେଶ୍ୱର: ନବମ ଓ ଦଶମ ଶେଣୀ ପାଠ୍ୟକ୍ରମ ପାଇଁ ଆସିଲା ନୂଆ ସର୍କୁଲାର । କରୋନା ପାଇଁ ଦୁଇ ଭାଗରେ ବିଭକ୍ତ ହେବ ନବମ ଓ ଦଶମ ଶେଣୀ ପାଠ୍ୟକ୍ରମ। ଏନେଇ ନୂଆ ଯୋଜନା କରିଛି ମାଧ୍ୟମିକ ଶିକ୍ଷା ପରିଷଦ।

School news

୨୦୨୧-୨୨ ଶିକ୍ଷା ବର୍ଷକୁ ଦୁଇ ଟର୍ମରେ ଭାଗ କରାଯାଇଛି। ପ୍ରଥମ ଟର୍ମ ଜୁଲାଇରୁ ନଭେମ୍ବର ଓ ଦ୍ୱିତୀୟ ଟର୍ମ ଡିସେମ୍ବରରୁ ଏପ୍ରିଲ ଯାଏଁ ଚାଲିବ। ୩ୟ ସପ୍ତାହରେ ଟର୍ମ-୧, ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଟର୍ମ-୨ ପରୀକ୍ଷା କରାଯିବ। ପ୍ରତି ଟର୍ମ ଭିତରେ ଦୁଇଟି ଲେଖାଏଁ ଫର୍ମାଟିଭ ଟେଷ୍ଟ କରାଯିବ। ପ୍ରତି ଟର୍ମରେ ପିଲା ୫୦ ପ୍ରତିଶତ ପାଠ ପଢିବେ ଓ ପରୀକ୍ଷା ଦେବେ। ବୋର୍ଡ ସିଧାସଳଖ ଏହି ପରୀକ୍ଷା କରାଇବ।

ଇଣ୍ଟରନାଲ ଆସେସମେଣ୍ଟର ୪ଟି ଫର୍ମାଟିଭ ଟେଷ୍ଟ ୨୦ ମାର୍କ ବିଶିଷ୍ଟ ରହିବ । ମାତ୍ର ୱେଟେଜ୍ ଅନୁସାରେ ଇଣ୍ଟରନାଲ ଆସେସମେଣ୍ଟକୁ ମୋଟ ୨୦ ପ୍ରତିଶତ ମାର୍କ ମିଳିବ । ଟର୍ମ-୧ ୱେଟେଜ୍ ୩୦ ପ୍ରତିଶତ ଓ ଟର୍ମ-୨ ୱେଟେଜ୍ ୫୦ ପ୍ରତିଶତ ଗ୍ରହଣ କରାଯିବ।

ତେବେ ପାଠ୍ୟକ୍ରମ କେତେ ରହିବ ଓ କ'ଣ ରୁପରେଖ ରହିବ, ସେନେଇ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରିବ ବୋର୍ଡ। ସ୍କୁଲସ୍ତରରେ ହୋଇଥିବା ଆକଳନ ଅନୁଯାୟୀ ବୋର୍ଡ ବିଦ୍ୟାର୍ଥୀଙ୍କ ରେଜଲ୍ଟ ପ୍ରକାଶ କରିବ। ସ୍କୁଲରେ ନବମ ଓ ୧୦ମ ଶ୍ରେଣୀ ବିଦ୍ୟାର୍ଥୀ ମାସିକ ଓ ବାର୍ଷିକ ପରୀକ୍ଷାକୁ ମିଶାଇ ୬ଟି ପରୀକ୍ଷା ଦେବେ। ମାସିକ ଓ ବାର୍ଷିକ ପରୀକ୍ଷା ବୋର୍ଡ କର୍ତ୍ତୃପକ୍ଷ କରିବେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+