କାଲିଠୁ ପୁଣି ସକାଳୁଆ ସ୍କୁଲ: ସକାଳ ସାଢ଼େ ୬ରୁ ୧୧ ପର୍ଯ୍ୟନ୍ତ ଚାଲିବ କ୍ଲାସ୍
ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟରେ ଏପ୍ରିଲ ୧୨ରୁ ସମସ୍ତ ବିଦ୍ୟାଳୟ ଗୁଡ଼ିକୁ ୧୬ ତାରିଖ ଯାଏ ଛୁଟି ଘୋଷଣା କରିଥିଲେ ସରକାର । ତେବେ ଆସନ୍ତାକାଲି ଅର୍ଥାତ ୧୭ ତାରିଖରୁ ପୁଣି ସକାଳୁଆ ସ୍କୁଲ ଆରମ୍ଭ ହେବ ।
କାଲିଠୁ (୧୭ ତାରିଖ) ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ଖୋଲିବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ ବୋଲି ନିଷ୍ପତ୍ତି ନିଆ ଯାଇଛି । ଗ୍ରୀଷ୍ମ ପ୍ରବାହ ସ୍ଥିତି ଦେଖି ଜିଲ୍ଲାପାଳମାନେ ଚାହିଁଲେ କ୍ଲାସ୍ ଟାଇମିଂରେ ପରିବର୍ତ୍ତନ କରିପାରିବେ। ଗତକାଲି ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା ।ବିଦ୍ୟାଳୟଗୁଡ଼ିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଯତ୍ନବାନ ହେବା ପାଇଁ ବିଭାଗ ନିର୍ଦ୍ଦେଶ ଦେଇଛି ।

ସୂଚନାଥାଉ କି, ରାଜ୍ୟରେ ଆଜି (ରବିବାର)ଠୁ ବଦଳିବ ପାଗ । ଆଜିଠାରୁ ରାଜ୍ୟରେ ଚାରି ଦିନ କାଳବୈଶାଖୀ ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାରଣ ପୂର୍ବ ଝାଡଖଣ୍ଡରୁ ବାହାରି ଓଡ଼ିଶା ମଧ୍ୟଦେଇ ସୃଷ୍ଟି ହୋଇଥିବା ନିମ୍ନ ଚାପରେଖା ଏବଂ ଗୁରୁଚାପବଳୟ ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ ।
ସେପଟେ ଆଜି ଆଜି ଦିନ ସାଢେ ୧୧ଟା ସୁଦ୍ଧା ଅନେକ ସହରର ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହିଛି । ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇଛି । ଦିନ ୧୧ଟା ସୁଦ୍ଧା ଏଠାରେ ତାପମାତ୍ରା ଥିଲା ୩୯ ଦଶମିକ ୬ ଡିଗ୍ରୀ ସେଲସିୟସ ।












Click it and Unblock the Notifications