Get Updates
Get notified of breaking news, exclusive insights, and must-see stories!

ଦେଶରେ ଉଦାହରଣ ସୃଷ୍ଟିକରିଛି ‘ମୋ ସ୍କୁଲ୍‌’: ଅରୁଣ ସାହୁ

ଏହା କେବଳ ଏକ ପ୍ଲାଟ୍‌ଫର୍ମ ନୁହେଁ, ନିଜେ ପଢିଥିବା ଶିକ୍ଷାନୁଷ୍ଠାନ ସହ ଯୋଡ଼ି ହେବାପାଇଁ ଏକ ସୁଯୋଗ ବୋଲି କହିଛନ୍ତି ଉଚ୍ଚଶିକ୍ଷା, କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୨୦୧୭ ମସିହାରେ ଆରମ୍ଭ ହୋଇଥିବା ମୋ ସ୍କୁଲ୍‌ ଅଭିଯାନ ଆଜି ସମଗ୍ର ଭାରତବର୍ଷରେ ପ୍ରଶଂସିତ ହେଉଛି । ଅତୀତକୁ ବର୍ତ୍ତମାନ ସହ ଯୋଡ଼ିଥିବା ଏହି ଅଭିଯାନ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଇଁ ବରଦାନ ସଦୃଶ ହୋଇଛି । ଏହା କେବଳ ଏକ ପ୍ଲାଟ୍‌ଫର୍ମ ନୁହେଁ, ନିଜେ ପଢିଥିବା ଶିକ୍ଷାନୁଷ୍ଠାନ ସହ ଯୋଡ଼ି ହେବାପାଇଁ ଏକ ସୁଯୋଗ ବୋଲି କହିଛନ୍ତି ଉଚ୍ଚଶିକ୍ଷା, କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ ।

Arun Sahoo

ସୋମବାର ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକମ୍ର ପ୍ରାଧୀକରଣ ସମ୍ମିଳନୀ କକ୍ଷରେ ମୋ ସ୍କୁଲ ଅଭିଯାନ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ପକ୍ଷରୁ ଆୟୋଜିତ ଏକ ଏମ୍‌ଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଏମିତି କହିଛନ୍ତି । ପୁରାତନ ଛାତ୍ରଛାତ୍ରୀଙ୍କ ଠାରୁ ଆର୍ଥିକ ସହଯୋଗ ନେବା ଆମର ଲକ୍ଷ୍ୟ ନୁହେଁ । ନିଜେ ପଢିଥିବା ବିଦ୍ୟାଳୟ ସହ ଭାବଗତ ସମ୍ପର୍କ ରଖିବା ଓ ଶିକ୍ଷାଦାନ ପ୍ରକ୍ରିୟାରେ ସହଯୋଗର ହାତ ବଢାଇବାକୁ ଆମେ ଉତ୍ସାହିତ କରୁଛୁ । ମୋ ସ୍କୁଲ୍‌ ଅଭିଯାନ ଆରମ୍ଭ ହେବାପରେ ସରାକାରୀ ବିଦ୍ୟାଳୟର ରୂପ ପରିବର୍ତ୍ତନ ହୋଇଛି । ଶିକ୍ଷା ସହ କ୍ରୀଡ଼ା ଓ ଅନ୍ୟାନ୍ୟ ସହପାଠ୍ୟଭିତ୍ତିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ମୋ ସ୍କୁଲ୍‌ ଏକ ଆନ୍ଦୋଳନରେ ପରିଣତ ହୋଇଥିବା ସେ ମତ ଦେଇଛନ୍ତି । ସେ ଆହୁରି କହିଛନ୍ତି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଆଜି ଯେଉଁମାନେ ସହଯୋଗର ହାତ ବଢାଉଛନ୍ତି, ସେମାନେ ଦେଶ ଓ ରାଜ୍ୟ ପାଇଁ ମହତ୍‌ କାର୍ଯ୍ୟ କରୁଛନ୍ତି । ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ଶିକ୍ଷାର ବିକାଶ ପାଇଁ ସହଯୋଗର ହାତ ବଢାଇ ଅନ୍ୟ ବ୍ୟାଙ୍କ୍‌ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ସେ କହିଥିଲେ ।

ମୋ ସ୍କୁଲ୍‌ ଅଭିଯାନ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ମଧ୍ୟରେ ସ୍ୱାକ୍ଷର ହୋଇଥିବା ଏହି ଏମ୍‌ଓୟୁ ଦ୍ୱାରା ନୟାଗଡ଼ ଜିଲ୍ଲାର ୩ଟି ଉଚ୍ଚ ବିଦ୍ୟାଳୟ ଏବଂ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଦିଗରେ ପଦକ୍ଷେପ ନିଆଯିବ । ସେଗୁଡ଼ିକ ହେଲା ମଧ୍ୟଖଣ୍ଡ ନୋଡାଲ ହାଇସ୍କୁଲ୍‌, କେ.ସି. ନୋଡାଲ ବିଦ୍ୟାପୀଠ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରାସଙ୍ଗ ଏବଂ ରାମଚନ୍ଦ୍ର ପ୍ରାଣବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ । ଭିତ୍ତିଭୂମି ବିକାଶ ସହ ସ୍କୁଲ୍‌ରେ ଶୈକ୍ଷିକ ପରିବେଶର ବିକାଶକୁ ପ୍ରାଥମିକତା ଦେବା ପ୍ରମୁଖ ଲକ୍ଷ୍ୟ ରହିବ । ଏହି ୪ଟି ଯାକ ବିଦ୍ୟାଳୟରେ ମନ୍ତ୍ରୀ ନିଜେ ପାଠ ପଢିଥିବା ବେଳେ ସ୍କୁଲଗୁଡ଼ିକର ବିକାଶ ପାଇଁ ସେ ଏକାଧିକ ପଦକ୍ଷେପ ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+