ହିଟ୍ ୱେଭ ପାଇଁ ମାଟ୍ରିକ ପରୀକ୍ଷାରେ ସାମାନ୍ୟ ପରିବର୍ତ୍ତନ
ହିଟ୍ ୱେଭ ପାଇଁ ମାଟ୍ରିକ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଦ୍ୱିତୀୟ ସିଟିଂରେ ହେବାକୁ ଥିବା କିଛି ପରୀକ୍ଷା ପ୍ରଥମ ସିଟିଂରେ ହେବ ।
ଭୁବନେଶ୍ୱର: ହିଟ୍ ୱେଭ ପାଇଁ ମାଟ୍ରିକ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଦ୍ୱିତୀୟ ସିଟିଂରେ ହେବାକୁ ଥିବା କିଛି ପରୀକ୍ଷା ପ୍ରଥମ ସିଟିଂରେ ହେବ । ଏନେଇ ବୋର୍ଡ କର୍ତ୍ତୃପକ୍ଷ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।
ମଧ୍ୟମା ପରୀକ୍ଷାର କିଛି ବିଷୟ ସକାଳ ସିଟିଂରେ କରାଯିବ । ନୋଡାଲ ସେଣ୍ଟରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ହେଉଥିବା ପ୍ରବଳ ଖରାକୁ ଦେଖି ଏବେ ଏହି ସିଡ୍ୟୁଲରେ ପରିବର୍ତ୍ତନ କରାଯାଇଛି । ଦ୍ୱିତୀୟ ସିଟିଂରେ ହେବାକୁ ଥିବା କିଛି ପରୀକ୍ଷାକୁ ପ୍ରଥମ ସିଟିଂରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପଟେ ପରୀକ୍ଷା କେନ୍ଦ୍ରରେ ପାନୀୟ ଜଳ ଏବଂ ଓଆରଏସ ରଖିବାକୁ କୁହାଯାଇଛି । ତା ସହିତ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଫୋନ୍ ନେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତେବେ ହାଇସ୍କୁଲ ପରୀକ୍ଷାରେ କୌଣସି ପରିବର୍ତ୍ତନ ହୋଇନି ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ।
ସୂଚନାଥାଉ କି, ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ । ରାଜ୍ୟରେ ୩ ହଜାର ୫୪୦ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ଏହି ମାଟ୍ରିକ ପରୀକ୍ଷା ଦେବେ । ୪ ହଜାର ୪୪୩ ଜଣ ମଧ୍ୟମା ଏବଂ ୯ ହଜାର ୩୭୮ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଅଛନ୍ତି । ଏଥିପାଇଁ ରାଜ୍ୟରେ ୩୧୫ଟି ନୋଡାଲ ସେଣ୍ଟର କରାଯାଇଛି ।












Click it and Unblock the Notifications