ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା: ଜାଣନ୍ତୁ କେବେ କରିବେ ଫର୍ମ ଫିଲଅପ୍
କଟକ: ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ନେଇ ହୋଇଛି ତାରିଖ ଘୋଷଣା । ଜୁଲାଇରେ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଜୁଲାଇ ୩ରୁ ୮ ଯାଏଁ ପରୀକ୍ଷା ଆୟୋଜନ କରାଯିବ । ମେ ୨୬ରୁ ଜୁନ ୧ ଯାଏଁ ସପ୍ଲିମେଣ୍ଟାରୀ ଫର୍ମ ଫିଲଅପ କରିପାରିବେ ଛାତ୍ରଛାତ୍ରୀ । ତେବେ ଦଶମ ବୋର୍ଡ ପରୀକ୍ଷା ଢାଞ୍ଚା ବଦଳିଥିଲେ ମଧ୍ୟ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ।
ବୋର୍ଡ ସଭାପତି ରାମାଶିଷ ହାଜରା ବୁଧବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଚଳିତ ମାଟ୍ରିକ ପରିକ୍ଷାରେ ଫେଲ ହୋଇଥିବା ପିଲାମାନେ ମେ' ୨୬ରୁ ଜୁନ୍ ୧ ତାରିଖ ମଧ୍ୟରେ ଫର୍ମ ଫିଲ୍ଅପ୍ କରିବେ। ଆସନ୍ତା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ। ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସପ୍ଲିମେଣ୍ଟାରୀ ପରୀକ୍ଷା ଜାରି ରହିବ ।

ଅନ୍ୟପଟେ ମାଟ୍ରିକ ପରୀକ୍ଷା ଢାଞ୍ଚା ପରିବର୍ତ୍ତନ ନେଇ ଆଜି ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ପୂର୍ବପରି ବର୍ଷ ଶେଷରେ ଗୋଟିଏ ବୋର୍ଡ ପରୀକ୍ଷା ହେବ । କରୋନା ପାଇଁ ଗତ ଦୁଇ ବର୍ଷ ଧରି ନବମ ଓ ଦଶମରେ ହେଉଥିବା ସମ୍ମେଟିଭ୍ ପରୀକ୍ଷା ଆଉ ହେବନାହିଁ । ଏଣିକି କେବଳ ଦଶମ ବୋର୍ଡ ପରୀକ୍ଷା ହେବ । ପିଲାଙ୍କ ଅଭ୍ୟାସ ପାଇଁ ହେବ ଷାଣ୍ମାସିକ ପରୀକ୍ଷା ।
ତେବେ ବାର୍ଷିକ ପରୀକ୍ଷା ପାଇଁ ବୋର୍ଡ ପ୍ରଶ୍ନପତ୍ର ଯୋଗାଇଦେବ। ବୋର୍ଡ ପ୍ରଶ୍ନପତ୍ର ସବୁ ଡିଇଓଙ୍କୁ ପଠାଇବ। ତା'ପରେ ସେଠାରୁ ସ୍କୁଲକୁ ପ୍ରଶ୍ନପତ୍ର ଯିବ। ସ୍କୁଲ ପରୀକ୍ଷା କରିଚାଳନା କରିବ ଓ ଖାତା ମୂଲ୍ୟାୟନ କରି ପରୀକ୍ଷାଫଳ ପ୍ରକାଶ କରିବ ବୋଲି ବୋର୍ଡ ସଭାପତି କହିଛନ୍ତି।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ











Click it and Unblock the Notifications