କାଲିଠାରୁ ଆରମ୍ଭ ଦଶମ ସମ୍ମେଟିଭ୍ ପରୀକ୍ଷା, ଗୋଟେ ରୁମରେ ବସିବେ ସର୍ବାଧିକ ୨୪ ପରୀକ୍ଷାର୍ଥୀ
ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମ୍ମେଟିଭ୍ ପରୀକ୍ଷା। ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ପରୀକ୍ଷା ଚାଲିବ। ପ୍ରଥମ ତିନି ଦିନ ଥିଓରୀ ପରୀକ୍ଷା ଦୁଇଟି ସିଟିଂରେ ହେବ।
କଟକ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମ୍ମେଟିଭ୍ ପରୀକ୍ଷା। ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ପରୀକ୍ଷା ଚାଲିବ। ପ୍ରଥମ ତିନି ଦିନ ଥିଓରୀ ପରୀକ୍ଷା ଦୁଇଟି ସିଟିଂରେ ହେବ। ୮ ତାରିଖ କେବଳ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ଏଥିପାଇଁ ସବୁପ୍ରକାର ପ୍ରସ୍ତୁତି ସରିଛି। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷାପରିଷଦ ସଭାପତି(ବୋର୍ଡ) ରାମାସିସ ହାଜରା।

ପ୍ରଥମ ୩ ଦିନ ଥିଓରୀ ପରୀକ୍ଷା ୨ଟି ସିଟିଂରେ ହେବ । ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ପାଇଁ ୩ ହଜାର ୯୩ଟି କେନ୍ଦ୍ର କରାଯାଇଥିବା ବେଳେ ୩୧୧ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି । ସେଥିମଧ୍ୟରୁ ୨୨ଟି ଥାନାରେ ରଖାଯାଇଛି ପ୍ରଶ୍ନପତ୍ର । ମୋଟ୍ ୫ ଲକ୍ଷ ୭୬ ହାଜର ୨୨୩ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ସକାଳ ସାଢେ ୮ ଟା ବେଳେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ପହଞ୍ଚିବ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତିଦିନ ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ୍ କରାଯାଇଛି। ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତିଟି ଶ୍ରେଣୀରେ ଅତି ବେଶୀରେ ୨୪ ଜଣ ଛାତ୍ରଛାତ୍ରୀ ବସି ପରୀକ୍ଷା ଦେବେ ବୋଲି ବୋର୍ଡ ସଭାପତି କହିଛନ୍ତି।
କପି ରୋକିବା ପାଇଁ ମୋଟ ୭୨ଟି ସ୍କ୍ୱାଡ୍ କରାଯାଇଥିବା ବେଳେ ୪୦ଟି ସେଣ୍ଟ୍ରାଲ ସ୍କ୍ବାଡ୍ ଗଠନ ହୋଇଛି । ଏହା ବ୍ୟତୀତ ନିଜ ନିଜ ଜିଲ୍ଲାରେ ପରୀକ୍ଷାକୁ ସୁବନ୍ଦୋବସ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେବାକୁ ବାରଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ସେପଟେ ପ୍ରଥମ ଥର ପାଇଁ ଏହି ସମେଟିଭ ପରୀକ୍ଷାକୁ ନେଇ ଉତ୍ସାହିତ ଅଛନ୍ତି ପରୀକ୍ଷାର୍ଥୀ ।












Click it and Unblock the Notifications