କାଲିଠୁ ମାଟ୍ରିକ୍ ସମ୍ମେଟିଭ୍-୧ ପରୀକ୍ଷା
ରାତି ପାହିଲେ କାଲିଠୁ ଆରମ୍ଭ ହେବ ମାଟ୍ରିକ୍ ସମ୍ମେଟିଭ୍-୧ ପରୀକ୍ଷା । ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ବିଭିନ୍ନ ନୋଡାଲ୍ ସେଣ୍ଟରକୁ ପ୍ରଶ୍ନପତ୍ର ପଠା ସରିଛି । ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି।
କଟକ: ରାତି ପାହିଲେ କାଲିଠୁ ଆରମ୍ଭ ହେବ ମାଟ୍ରିକ୍ ସମ୍ମେଟିଭ୍-୧ ପରୀକ୍ଷା । ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ବିଭିନ୍ନ ନୋଡାଲ୍ ସେଣ୍ଟରକୁ ପ୍ରଶ୍ନପତ୍ର ପଠା ସରିଛି । ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି। ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ୍ ପୂର୍ବରୁ ପ୍ରଶ୍ନ ପତ୍ରର ସିଲ୍ ଖୋଲାଯିବ।

ଅନ୍ୟ ସ୍କୁଲର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସକାଳ ୧୦ ଟାରୁ ଆରମ୍ଭ ହୋଇ ୧୨ଟାରେ ସରିବ ପରୀକ୍ଷା । କେବଳ ଗଣିତ ପାଇଁ ଅତିରିକ୍ତ ୧୫ ମିନିଟ୍ ମିଳିବ । ସକାଳ ୯ ଟାରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ । ୯ଟା ୪୫ ମିନିଟ୍ରେ ପ୍ରଶ୍ନପତ୍ର ଦିଆଯିବ। ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ସକାଳ ୭ଟା ୩୦ରୁ ୯ଟା ମଧ୍ୟରେ ପହଞ୍ଚିବ। ପ୍ରତି ବିଷୟରୁ ୮୦ ନମ୍ବର (୫୦ ଅବ୍ଜେକ୍ଟିଭ୍ ଓ ୩୦ ସବ୍ଜେକ୍ଟିଭ୍) ପରୀକ୍ଷା ହେବ। ସମସ୍ତ ବିଷୟରେ ରେଗୁଲାର, ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ସମାନ ରହିବ।
ଚଳିତ ବର୍ଷ ୫ ଲକ୍ଷ ୪୦ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେବେ। ସେହିପରି ମଧ୍ୟମାରେ ୨୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ଟି କେନ୍ଦ୍ର ଥିବା ବେଳେ ଓପନ ସ୍କୁଲ୍ ସାର୍ଟିଫିକେଟ୍ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ପରୀକ୍ଷା ଦେବେ ।
ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ କେନ୍ଦ୍ରକୁ ମୋବାଇଲ୍ ସଂପୂର୍ଣ୍ଣ ନିଷେଧ କରାଯାଇଛି। ନୋଡାଲ ସେଣ୍ଟରରୁ କେନ୍ଦ୍ରକୁ ପ୍ରଶ୍ନପତ୍ର ପହଞ୍ଚାଇବା ପାଇଁ ୭୬୧ଟି ଡେସ୍ପାଚ୍ ଟିମ୍ ତିଆରି ହୋଇଛି। ମଧ୍ୟମାରେ ୨୯୧୪ଜଣ ଫର୍ମପୂରଣ କରିଥିବା ବେଳେ ଏହା ୧୦୮ଟି କେନ୍ଦ୍ରରେ ଅନୁଷ୍ଠିତ ହେବ। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୭୧୮୧ ଜଣ ଫର୍ମପୂରଣ କରିଥିବା ବେଳେ ଏହା ୧୪୬ଟି କେନ୍ଦ୍ରରେ ଅନୁଷ୍ଠିତ ହେବ।
ନକ୍ସଲ ପ୍ରଭାବିତ ଅଞ୍ଚଳରେ ୨୨ଟି ନୋଡାଲ ସେଣ୍ଟର୍ କରାଯାଇଛି। ଯେଉଁଥିରେ କନ୍ଧମାଳ ୭ଟି, ମାଲକାନଗିରି ୧୦ଟି, କୋରାପୁଟର ୫ଟି ଥାନାକୁ ସାମିଲ କରାଯାଇଛି। ଚଳିତବର୍ଷ ସ୍କୁଲଠାରୁ ୧୦ କିମି ଭିତରେ ସବୁ ସେଣ୍ଟର କରାଯାଇଛି।
କପି ରୋକିବା ପାଇଁ ସେଣ୍ଟ୍ରାଲ ସ୍କ୍ୱାର୍ଡ ସହ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ତରୀୟ ସ୍କ୍ୱାର୍ଡ ଗଠନ ହୋଇଛି। ପରୀକ୍ଷା କେନ୍ଦ୍ର ଭିତରକୁ କେହି ମୋବାଇଲ୍ ନେଇ ପାରିବେ ନାହିଁ। ପରୀକ୍ଷାର୍ଥୀ କେବଳ ପେନ ଓ ଆଡମିଟ କାର୍ଡ ବ୍ୟତୀତ ଅନ୍ୟ କିଛି ନେବେନି ବୋଲି କହିଛନ୍ତି ବୋର୍ଡ ସଭାପତି। ଚଳିତଥର ସମ୍ମେଟିଭ୍- ୧ ଓ ସମ୍ମେଟି -୨ ପରୀକ୍ଷା ସହ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷାରୁ ପରୀକ୍ଷାର୍ଥୀଙ୍କ ମାର୍କ ମୂଲ୍ୟାଙ୍କନ କରାଯିବ।
ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ କହିବା ଅନୁସାରେ, ଯେଉଁ ପରୀକ୍ଷାର୍ଥୀ ଏସ୍ଏ-୧ ଓ ଏସ୍ଏ-୨ ଉଭୟ ଦେବେ, ସେମାନେ ଉପରୋକ୍ତ ଆଧାରରେ ନମ୍ବର ପାଇବେ। ଏସ୍ଏ-୧ ପାଇଁ ଫର୍ମପୂରଣ କରି ଏସ୍ଏ-୧ରେ ଅନୁପସ୍ଥିତ ରହିଲେ, ସଂପୃକ୍ତ ପରୀକ୍ଷାର୍ଥୀ ଏସ୍ଏ-୨ ଦେଇପାରିବେ ଓ ସେହି ଅନୁସାରେ ଏସ୍ଏ-୨ରୁ ୪୦ ପ୍ରତିଶତ ଓ ସ୍କୁଲ ଆସେସ୍ମେଣ୍ଟରୁ ୨୦ ପ୍ରତିଶତ ୱେଟେଜ୍ରେ ନମ୍ବର ପାଇବେ। କିନ୍ତୁ, ଏସ୍ଏ-୧ ପାଇଁ ଫର୍ମପୂରଣ କରି ନ ଥିବା ଛାତ୍ରଛାତ୍ରୀ ଆଉ ଏସ୍ଏ-୨ ଦେଇପାରିବେ ନାହିଁ ବୋଲି ଉପସଭାପତି ଡକ୍ଟର ମହାନ୍ତି କହିଛନ୍ତି। ସେହିପରି ପରୀକ୍ଷା ମଧ୍ୟରେ ଏମ୍ପିରେ ବୁକ୍ ଛାତ୍ରଛାତ୍ରୀ ଆଉ ଥରେ ପରୀକ୍ଷା ଦେବେ ବୋଲି ଉପସଭାପତି ଡକ୍ଟର ମହାନ୍ତି କହିଛନ୍ତି।












Click it and Unblock the Notifications