ଜୁନ ଶେ‌ଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ !

ଖାତା ଦେଖା ଶେଷ ହେବା ପରେ ଜୁନ ମାସ ଶେ‌ଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ଆଶା କରାଯାଉଛି ।

କଟକ: ଆଜି ଶେଷ ହୋଇପାରେ ମାଟ୍ରିକ୍‌ ଖାତା ମୂଲ୍ୟାୟନ ପ୍ରକ୍ରିୟା ବା ମାଟ୍ରିକ ଖାତା ଦେଖା । ଗତ ମେ 21 ତାରିଖଠାରୁ ଆରମ୍ଭ ହୋଇଥିଲା ଦଶମ ଶ୍ରେଣୀ ସହିତ SOS ଓ ମଧ୍ୟମା ପରୀକ୍ଷାର ଖାତା ମଧ୍ୟ ମୂଲ୍ୟାୟନ । ତେବେ ଖାତା ଦେଖା ଶେଷ ହେବା ପରେ ଜୁନ ମାସ ଶେ‌ଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ଆଶା କରାଯାଉଛି ।

Matric Result 2022

ଖାତା ଦେଖା ପରେ ମାର୍କ ଅପଲୋଡ୍ କାର୍ଯ୍ୟ କରାଯିବ । ଚଳିତ ବର୍ଷ ମୂଲ୍ୟାୟନ କେନ୍ଦ୍ରରୁ ବୋର୍ଡ ନିଯୁକ୍ତ ମେକର ଓ ଚେକରଙ୍କ ଦ୍ବାରା ସିଧାସଳଖ ଛାତ୍ରଛାତ୍ରୀଙ୍କ ମାର୍କ ଅପ୍‌ଲୋଡ୍ ବ୍ୟବସ୍ଥା କରାଯାଇଛି । ଏହାଦ୍ବାରା ପରୀକ୍ଷାଫଳ ପ୍ରକାଶନ ପ୍ରକ୍ରିୟା ସହଜ ଓ ସରଳ ହେବ ‌ବୋଲି ସୂଚନା ମିଳିଛି। ରାଜ୍ୟ ମଧ୍ୟରେ ସବ୍‌ଜେକ୍ଟିଭ୍ ପେପର ମୂଲ୍ୟାୟନ ଚାଲିଥିବାବେଳେ ଏକକାଳୀନ ରାଜ୍ୟ ବାହାରେ ଅବ୍‌ଜେକ୍ଟିଭ୍ ଖାତା(ଓଏମ୍‌ଆର୍‌ ଉତ୍ତରଫର୍ଦ୍ଦ) ମୂଲ୍ୟାୟନ ଚାଲିଛି।

ସୂଚନା ଅନୁଯାୟୀ ଗତକାଲି ଅଧିକାଂଶ କେନ୍ଦ୍ରରେ ମୂଲ୍ୟାୟନ ସରିଥିବାବେଳେ ଆଜି ମଧ୍ୟ କିଛି କେନ୍ଦ୍ରରେ ଖାତା ମୂଲ୍ୟାୟନ ସରିଛି। ଅବଶିଷ୍ଟ କେନ୍ଦ୍ରରେ ଆସନ୍ତାକାଲି ମୂଲ୍ୟାୟନ ଶେଷ ହେବ।

ସୂଚନାଯୋଗ୍ୟ, ଏପ୍ରିଲ ୨୯ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ଦୁଇ ବର୍ଷ ପରେ ପୁଣି ଅଫଲାଇନ୍‌ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ରାଜ୍ୟର ୫୮ ଟି କେନ୍ଦ୍ରରେ ଖାତାଦେଖା ହେବ । ଚଳିତ ଥର ଖାତା ଦେଖା ପାଇଁ ୪୮୧ ଜଣ ମୁଖ୍ୟ ଏଗଜାମିନରଙ୍କ ସହ ୯୦୦ ଜଣ ଡେପୁଟି ଏଗଜାମିନର, ୮୯୧୯ ଜଣ ସହକାରୀ ଏଗଜାମିନର, ୯୩୦ ସ୍କ୍ରୁଟିନାଇଜରଙ୍କୁ ବୋର୍ଡ ପକ୍ଷରୁ ନିୟୋଜିତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+