କାଲି ସକାଳ ୧୦ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ: ଜାଣନ୍ତୁ, କେମିତି ଦେଖିବେ ଆପଣଙ୍କ ପିଲାର ଫଳାଫଳ ?

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ରେଜଲ୍ଟ । କାଲି ଅର୍ଥାତ୍ ଗୁରୁବାର ସକାଳ ୧୦ଟା ସମୟରେ କଟକ ସ୍ଥିତ ବୋର୍ଡ ଅଫିସ୍‌ରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ ।

ମାଟ୍ରିକ ସହିତ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ତେବେ ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ ମାଟ୍ରିକ୍ ଫଳାଫଳ ଚେକ୍ କରି ପାରିବେ ।

Matric Result

କେମିତି କରିବେ ଚେକ୍ ?: ମାଟ୍ରିକ ରେଜଲ୍ଟ ପାଇଁ ଛାତ୍ରଛାତ୍ରୀ ପ୍ରଥମେ www.bseodisha.ac.in ୱେବସାଇଟକୁ ଯାଇ ନିଜର କ୍ରମିକ ନମ୍ବର ମାରିବା ଦ୍ୱାରା ନିଜର ଫଳାଫଳ ଜାଣି ପାରିବେ । ସେହିପରି OR10 ଲେଖି ସ୍ପେଶ ଦେବାପରେ ନିଜ ରୋଲ୍ ନମ୍ବରକୁ ଟାଇପ କରି 5676750 ନମ୍ବରକୁ ପଠାଇ ଫଳ ଜାଣିପାରିବେ। ପରୀକ୍ଷା ଫଳକୁ ନେଇ ଯଦି ପରୀକ୍ଷାର୍ଥୀଙ୍କର କିଛି ଆପତ୍ତି ଅଭିଯୋଗ ଥାଏ ।

ତେବେ ଗୋଟିଏ ମାସ ମଧ୍ୟରେ ସେମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇ ପାରିବେ। ସେଥିପାଇଁ ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ନମ୍ବର ଜାରି କରାଯାଇଛି। ନମ୍ବରଟି ହେଲା ୦୬୭୧-୨୪୧୫୪୬୦ ।

ଖବର ଅନୁସାରେ, ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶନ ନେଇ ପ୍ରକ୍ରିୟା ଜାରି ରହିଥିବା ସୂଚନା ଦେଇଥିଲେ ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି। ପରୀକ୍ଷାର ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବା ନେଇ ନିର୍ଦ୍ଦେଶ ରହିଥିବା ସୂଚନା ଦେଇଥିଲେ ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+