ମେ’ ଦ୍ୱିତୀୟାର୍ଦ୍ଧରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
ଭୁବନେଶ୍ୱର: ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ପରୀକ୍ଷା ଫଳାଫଳ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ରାମାଶିଷ ହାଜରା । ପରୀକ୍ଷାର୍ଥୀଙ୍କ ମୂଲ୍ୟାଙ୍କନରେ କୌଣସି ତ୍ରୂଟି ହେବ ନାହିଁ । ସୋସିଆଲ ସାଇନ୍ସରେ ତ୍ରୁଟି ଥିଲା । ତ୍ରୁଟି ଶୂନ୍ୟ ମୂଲ୍ୟାଙ୍କନ ପାଇଁ ଚେଷ୍ଟା କରୁଛୁ । ତ୍ରୁଟି ଶୂନ୍ୟ ଫଳାଫଳ ପ୍ରକାଶ ନେଇ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ୫ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ ଥିଲେ । ମାର୍ଚ୍ଚ ୧୦ ତାରିଖରୁ ୨୦ ତାରିଖ ପର୍ଯ୍ଯନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏପ୍ରିଲ ୩ ତାରିଖରୁ ଖାତାଦେଖା ଆରମ୍ଭ ହୋଇଛି । ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ । ଏଥିପାଇଁ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ କାର୍ଯ୍ୟରେ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଖାତାଦେଖାରେ ପ୍ରାୟ ୧୩ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ନିୟୋଜିତ ରହିଥିବା ସୂଚନା ମିଳିଥିଲା । ଏହା ମଧ୍ୟ ଯଥା ସମୟରେ ଶେଷ ହୋଇଛି।












Click it and Unblock the Notifications