ଆସିଲା ମାଟ୍ରିକ ପରୀକ୍ଷା ସୂଚୀ: ସକାଳ ୮ଟାରୁ ପରୀକ୍ଷା ଆରମ୍ଭ, ଗଣିତ ବିଷୟ ପାଇଁ ଅଧିକ ୧୫ ମିନିଟ
ମାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡର ବିସ୍ତୃତ ସୂଚନା । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ ୭ରେ ସରିବ ମାଟ୍ରିକ ପରୀକ୍ଷା । ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା ।
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡର ବିସ୍ତୃତ ସୂଚନା । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ ୭ରେ ସରିବ ମାଟ୍ରିକ ପରୀକ୍ଷା । ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ୨ ଘଣ୍ଟା ସମୟ ରହିବ । କେବଳ ଗଣିତ ବିଷୟ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ଦିଆଯିବ ।

ପରୀକ୍ଷା ମୋଟ ୮୦ ମାର୍କ ବିଶିଷ୍ଟ ହେବ । ସେଥିମଧ୍ୟରୁ ୫୦ ମାର୍କର ଅବଜେକଟିଭ୍ ଓ ୩୦ ମାର୍କର ସବଜେକଟିଭ୍ ରହିବ । ଓଏମଆର୍ ସିଟରେ ୫୦ ମାର୍କର ଅବଜେକଟିଭ୍ ପରୀକ୍ଷା ହେବ । ସେହିପରି ପରୀକ୍ଷାର୍ଥୀ ୩୦ ମାର୍କର ସବଜେକଟିଭ୍ ବୁକଲେକରେ ଦେବେ ।
ସେପଟେ ନବମ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ଏପ୍ରିଲ ୧୩ରୁ ଆରମ୍ଭ ହେବ ନବମ ସମ୍ମେଟିଭ୍ ପରୀକ୍ଷା-୨ । ସକାଳ ୮ଟାରୁ ଫାଷ୍ଟ ସିଟିଂରେ ନିଜ ସ୍କୁଲରେ ହେବ ପରୀକ୍ଷା । ୧୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୨୧ ତାରିଖରେ ସରିବ । ତେବେ ଏପ୍ରିଲ ୧୮ରୁ ୨୬ ପର୍ଯ୍ୟନ୍ତ ଅନ୍ୟଏକ ସ୍କୁଲରେ ହେବ ମୂଲ୍ୟାୟନ ।












Click it and Unblock the Notifications