ବଡ ଖବର: ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା
ଭୁବନେଶ୍ୱର: ମାଟ୍ରିକ ପିଲାଙ୍କ ପରୀକ୍ଷା ଢାଞ୍ଚାରେ ପୁଣିଥରେ ପରିବର୍ତ୍ତନ କରାଯାଇଛି । କରୋନା ମହାମାରୀ ପରେ ପୁଣିଥରେ ପୁରୁଣା ଢାଞ୍ଚାକୁ ଫେରୁଛି ମାଟ୍ରିକ ପରୀକ୍ଷା । ପୂର୍ବ ଭଳି ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ ।
ଏଣିକି କେବଳ ଦଶମ ବୋର୍ଡ ଗୋଟିଏ ପରୀକ୍ଷା ହେବ । ପୂର୍ବରୁ ହେଉଥିବା ୨ଟି ସମ୍ମେଟିଭ ପରୀକ୍ଷା ହେବ ନାହିଁ । ପିଲାଙ୍କ ଅଭ୍ୟାସ ପାଇଁ ପୂର୍ବରୁ ଯେଉଁଭଳି ଷାଣ୍ମାସିକ ପରୀକ୍ଷା ହେଉଥିଲା ତାହା କରାଯିବ । ଏନେଇ ପ୍ରେସମିଟରେ ସୂଚନା ଦେଲେ ବୋର୍ଡ ସଭାପତି ରାମାଶିଷ ହାଜରା ।

ପୂର୍ବରୁ କରୋନା ପାଇଁ ପିଲାମାନଙ୍କ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଥିଲା । ଏବେ କରୋନା ମହାମାରୀରୁ ଦେଶ ମୁକ୍ତ ହୋଇ ସାରିଥିବାରୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି । ପିଲାମାନେ ପୁଣିଥରେ ପୂର୍ବ ଢାଞ୍ଚାରେ ପରୀକ୍ଷା ଦେବେ ।
ପୂର୍ବରୁ କରୋନା ମହାମାରୀ ଯୋଗୁଁ ମାଟ୍ରିକ ପରୀକ୍ଷାରେ ଏକ ବଡ ପରିବର୍ତ୍ତନ କରାଯାଇଥିଲା । କୋଭିଡ ସଂକ୍ରମଣ ପାଇଁ ୨୦୨୦ରେ ଶ୍ରେଣୀଗୃହରେ ପାଠପଢା ଉପରେ ରୋକ ଲଗାଇଥିଲେ ସରକାର । ଯାହା ଫଳରେ ପିଲାମାନେ ପରୀକ୍ଷା ନ ଦେଇ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ୨୦୨୧-୨୨ରେ ପିଲାମାନଙ୍କ ପାଠ୍ୟକ୍ରମରେ ମଧ୍ୟ ହ୍ରାସ କରିଥିଲା ବୋର୍ଡ । ଏହାସହିତ ମାଟ୍ରିକ ପରୀକ୍ଷା ପାସ୍ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ୪ଟି ଫର୍ମେଟିଭ ଆସେସମେଣ୍ଟ ଏବଂ ୨ଟି ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications