ମାଟ୍ରିକ ଫଳ : ତୁମ୍ବି ତୋଫାନ ପରେ ସାମ୍ନାକୁ ଆସିଲା ତଥ୍ୟ, ଆଶ୍ଚର୍ଯ୍ୟଚକିତ କଲା ମାର୍କରେ ଅସନ୍ତୁଷ୍ଟ ଛାତ୍ରଛାତ୍ରଙ୍କ ସଂଖ୍ୟା
ରେଗୁଲାରରେ 5 ଲକ୍ଷ 62 ହଜାର 10 ଜଣ ଛାତ୍ରୀଛାତ୍ରୀ ମାଟ୍ରିକ୍ ପାସ୍ କରିଥିଲେ । ଏଥିମଧ୍ୟରୁ 2244 ଜଣ ରେଗୁଲାର୍ ପିଲା ଅଫଲାଇନ୍ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଛନ୍ତି
ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏହାକୁ ନେଇ ଅନେକ ବିବାଦ ଦେଖା ଯାଇଥିଲା । ମୂଲ୍ୟାୟନରେ ସ୍କୁଲ ଦେଇଥିବା ମାର୍କକୁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ କମାଇ ଦେଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ । ଅନେକ ଛାତ୍ରଛାତ୍ରୀ ପୁନଃ ମାର୍କ ଯାଞ୍ଚ ଓ ମୂଲ୍ୟାୟନ ପାଇଁ ଆନ୍ଦୋଳନକୁ ଓହ୍ଲାଇଥିଲେ । ତେବେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ପୁଣି ଥରେ ପରୀକ୍ଷା ଦେଇ ପାରିବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା । ଆଶା କରାଯାଉଥିଲା ଯେଉଁମାନଙ୍କର ମାର୍କ କମିଛି ସେମାନେ ପୁଣିଥରେ ପରୀକ୍ଷା ଦେବେ । ରେଗୁଲାରରେ 5 ଲକ୍ଷ 62 ହଜାର 10 ଜଣ ଛାତ୍ରୀଛାତ୍ରୀ ମାଟ୍ରିକ୍ ପାସ୍ କରିଥିଲେ । ଏଥିମଧ୍ୟରୁ 2244 ଜଣ ରେଗୁଲାର୍ ପିଲା ଅଫଲାଇନ୍ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଛନ୍ତି । ଅର୍ଥାତ ରେଗୁଲାରରେ ମାତ୍ର 0.39 ପ୍ରତିଶତ ପିଲା ନିଜ ମାର୍କକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ।

ଅପରପକ୍ଷରେ ଏକ୍ସ-ରେଗୁଲାରର ବହୁ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ତଥ୍ୟ ଅନୁଯାୟୀ ଦଶମ ପରୀକ୍ଷା ସମେତ ଏସଓଏସସି ଓ ମଧ୍ୟମା ପରୀକ୍ଷା ଲାଗି ମୋଟ ଉପରେ 15 ହଜାର 155 ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ମାଟ୍ରିକ ପରୀକ୍ଷା ଲାଗି କେବଳ 6 ହଜାର 596 ଜଣ ଆବେଦନ କରିଛନ୍ତି । ସେଥିମଧ୍ୟରୁ ମାର୍କ ବୃଦ୍ଧି କରିବାକୁ 2244 ଜଣ ଫର୍ମ ପୂରଣ କରିଛନ୍ତି । ସେହିପରି ପରୀକ୍ଷା ଦେବାକୁ ବଞ୍ଚିତ ହୋଇଥିବା 196 ଜଣ ନୂଆ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଏକ୍ସ-ରେଗୁଲାର 1872, କରେସପଣ୍ଡେନ୍ସ ପାଠ୍ୟକ୍ରମ (ଏକ୍ସ-ରେଗୁଲାର୍)ରେ 29 ଜଣ, କରେସପଣ୍ଡେନ୍ସ ପାଠ୍ୟକ୍ରମ ( ରେଗୁଲାର୍) 2255 ଜଣ ପରୀକ୍ଷା ଦେବାକୁ ଇଚ୍ଛୁକ ଅଛନ୍ତି । ଜୁଲାଇ 30ରୁ ଅଗଷ୍ଟ 5 ପର୍ଯ୍ୟନ୍ତ ଅଫଲାଇନରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଫର୍ମ ପୂରଣ ଶେଷ ହୋଇଥିବାରୁ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ମାଧ୍ୟମିକ ଶିକ୍ଷା ପରିଷଦ ।
More From
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications