ସରିଲା ମାଟ୍ରିକ ପରୀକ୍ଷା, ୨୦ ରୁ ମୂଲ୍ୟାୟନ ଆରମ୍ଭ
ଶେଷ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । କିନ୍ତୁ ଅନେକ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ପରୀକ୍ଷା ଦେବାକୁ ଆସିନଥିବା ଜଣାପଡିଛି ।
ଭୁବନେଶ୍ଵର: ଶେଷ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । କିନ୍ତୁ ଅନେକ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ପରୀକ୍ଷା ଦେବାକୁ ଆସିନଥିବା ଜଣାପଡିଛି । ତେବେ ଏହାର ପ୍ରକୃତ କାରଣ ଜାଣିବାକୁ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ରିପୋର୍ଟ ମଗାଯାଇଛି ।

ପରୀକ୍ଷା ନଦେବା ପଛର କାରଣ ନେଇ ଗଣମାଧ୍ୟମ ସାମ୍ନାରେ ଜବାବ ରଖିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ରାମାସିସି ହାଜିରା। ପରୀକ୍ଷା ଭଲରେ ଶେଷ ହୋଇଛି ବୋଲି ରାମାସିସି କହିଛନ୍ତି । ସେହିପରି ୨୦ ତାରିଖ ବେଳକୁ ମୂଲ୍ୟାୟନ ଆରମ୍ଭ ହେବ ବୋଲି ସେ ଆଶା ରଖିଥିବା କହିଛନ୍ତି । କିନ୍ତୁ ନୋଡାଲ ସେଣ୍ଟରରୁ ପରୀକ୍ଷା ପ୍ରଶ୍ନର ଉତ୍ତର ଖାତା ତାଙ୍କ ପାଖରେ ପହଞ୍ଚିବା ଉପରେ ନିର୍ଭର କରେ ।
ସେହିପରି ପରୀକ୍ଷାରେ କିଛି ପ୍ରଶ୍ନରେ ବାହାରୁ ଆସିବା ନେଇ ପ୍ରଶ୍ନ କରାଯାଇଛି। କୌଣସି ପ୍ରଶ୍ନ ସିଲାବସ ବାହାରୁ ଆସିନାହିଁ । ହେଲେ ଯେଉଁ ପ୍ରଶ୍ନ ପଡିଛି ତାର ତର୍ଜମା ହେଉଛି ବୋଲି ହାଜିରା କହିଛନ୍ତି।ଚଳିତବର୍ଷ ପରୀକ୍ଷା ଦେବା ପାଇଁ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ଫର୍ମ ଭାରିଥିଲେ । ହେଲେ ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୨୮ ହଜାର ୪୨୦ ଜଣ।
ଏକ ରିପୋର୍ଟ ଅନୁଯାୟୀ, ଅନେକ ଛାତ୍ରଛାତ୍ରୀ ଅର୍ଥାଭାବ ଯୋଗୁଁ ଅନ୍ୟ ରାଜ୍ୟକୁ କାମ କରିବାକୁ ଚାଲିଯାଇଛନ୍ତି । ଅନେକ ପରିବାରର ଋଣରେ ବୁଡି ରହିଛି। ଏହି କାରଣରୁ ପାଠ ପଢୁଆ ପିଲା ପରିବାର ସହ ଯାଇ ଦିଲ୍ଲୀ, କେରଳ ଆଦି ରାଜ୍ୟ ରେ କାମ କରୁଛନ୍ତି । ଏନେଇ କିଛି ଅଭିଭାବକମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।
ପରୀକ୍ଷା ହଲରେ ଅଧିକାଂଶ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହାପରେ ବୋର୍ଡ ଗୋଟିଏ ରିପୋର୍ଟ ମାଗିଥିଲା । ପରେ ରିପୋର୍ଟ ଆଧାରରେ ଜଣାପଡିଛି ୪୬ ହଜାର ନୁହେଁ ୪୩ ହଜାର ୪୮୯ ଜଣ ପିଲା ପରୀକ୍ଷା ଦେଇ ନାହାନ୍ତି । ଏଥିମଧ୍ୟରୁ ରେଗୁଲାରରେ ୪୨ ହଜାର ୭୦୪ ଓ ଏକ୍ସରେଗୁଲାରରେ ୭୮୫ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି ।
-
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
ଏଲପିଜି ନିୟମକୁ ସଂଶୋଧନ କଲେ କେନ୍ଦ୍ର ସରକାର, ଏଣିକି ପିଏନ୍ଜି ସଂଯୋଗ ଥିଲେ ମିଳିବ ନାହିଁ ଏଲ୍ପିଜି -
ତମିଲନାଡରେ ବିଜେପିର ରଣନୀତି, ବିଜୟଙ୍କୁ ଦେଲା ବଡ ଅଫର୍ -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ , ଯାତାୟାତ ବନ୍ଦ ପାଇଁ ସୂଚନା ଦେଲେ ପୁରୀ ଏସ୍ପି -
ବର୍ଷା ସମ୍ଭାବନା, ଦିନ ତାପମାତ୍ରା ୩ ରୁ ୫ ଡିଗ୍ରୀ କମିବା ନେଇ ଆକଳନ












Click it and Unblock the Notifications