For Quick Alerts
Turn On Notification  
For Daily Alerts
Oneindia App Download

ସରିଲା ମାଟ୍ରିକ ପରୀକ୍ଷା, ୨୦ ରୁ ମୂଲ୍ୟାୟନ ଆରମ୍ଭ

ଶେଷ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । କିନ୍ତୁ ଅନେକ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ପରୀକ୍ଷା ଦେବାକୁ ଆସିନଥିବା ଜଣାପଡିଛି ।

|

ଭୁବନେଶ୍ଵର: ଶେଷ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । କିନ୍ତୁ ଅନେକ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ପରୀକ୍ଷା ଦେବାକୁ ଆସିନଥିବା ଜଣାପଡିଛି । ତେବେ ଏହାର ପ୍ରକୃତ କାରଣ ଜାଣିବାକୁ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ରିପୋର୍ଟ ମଗାଯାଇଛି ।

Matric Exam

ପରୀକ୍ଷା ନଦେବା ପଛର କାରଣ ନେଇ ଗଣମାଧ୍ୟମ ସାମ୍ନାରେ ଜବାବ ରଖିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ରାମାସିସି ହାଜିରା। ପରୀକ୍ଷା ଭଲରେ ଶେଷ ହୋଇଛି ବୋଲି ରାମାସିସି କହିଛନ୍ତି । ସେହିପରି ୨୦ ତାରିଖ ବେଳକୁ ମୂଲ୍ୟାୟନ ଆରମ୍ଭ ହେବ ବୋଲି ସେ ଆଶା ରଖିଥିବା କହିଛନ୍ତି । କିନ୍ତୁ ନୋଡାଲ ସେଣ୍ଟରରୁ ପରୀକ୍ଷା ପ୍ରଶ୍ନର ଉତ୍ତର ଖାତା ତାଙ୍କ ପାଖରେ ପହଞ୍ଚିବା ଉପରେ ନିର୍ଭର କରେ ।

ସେହିପରି ପରୀକ୍ଷାରେ କିଛି ପ୍ରଶ୍ନରେ ବାହାରୁ ଆସିବା ନେଇ ପ୍ରଶ୍ନ କରାଯାଇଛି। କୌଣସି ପ୍ରଶ୍ନ ସିଲାବସ ବାହାରୁ ଆସିନାହିଁ । ହେଲେ ଯେଉଁ ପ୍ରଶ୍ନ ପଡିଛି ତାର ତର୍ଜମା ହେଉଛି ବୋଲି ହାଜିରା କହିଛନ୍ତି।ଚଳିତବର୍ଷ ପରୀକ୍ଷା ଦେବା ପାଇଁ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ଫର୍ମ ଭାରିଥିଲେ । ହେଲେ ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୨୮ ହଜାର ୪୨୦ ଜଣ।

ଏକ ରିପୋର୍ଟ ଅନୁଯାୟୀ, ଅନେକ ଛାତ୍ରଛାତ୍ରୀ ଅର୍ଥାଭାବ ଯୋଗୁଁ ଅନ୍ୟ ରାଜ୍ୟକୁ କାମ କରିବାକୁ ଚାଲିଯାଇଛନ୍ତି । ଅନେକ ପରିବାରର ଋଣରେ ବୁଡି ରହିଛି। ଏହି କାରଣରୁ ପାଠ ପଢୁଆ ପିଲା ପରିବାର ସହ ଯାଇ ଦିଲ୍ଲୀ, କେରଳ ଆଦି ରାଜ୍ୟ ରେ କାମ କରୁଛନ୍ତି । ଏନେଇ କିଛି ଅଭିଭାବକମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ପରୀକ୍ଷା ହଲରେ ଅଧିକାଂଶ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହାପରେ ବୋର୍ଡ ଗୋଟିଏ ରିପୋର୍ଟ ମାଗିଥିଲା । ପରେ ରିପୋର୍ଟ ଆଧାରରେ ଜଣାପଡିଛି ୪୬ ହଜାର ନୁହେଁ ୪୩ ହଜାର ୪୮୯ ଜଣ ପିଲା ପରୀକ୍ଷା ଦେଇ ନାହାନ୍ତି । ଏଥିମଧ୍ୟରୁ ରେଗୁଲାରରେ ୪୨ ହଜାର ୭୦୪ ଓ ଏକ୍ସରେଗୁଲାରରେ ୭୮୫ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha: Matric Exam End, Evaluation starts from the 20th May
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X