Big Breaking: ମାର୍ଚ୍ଚ ୧୦ରୁ ମାଟ୍ରିକ୍ ପରୀକ୍ଷା
ଘୋଷଣା ହେଲା ମାଟ୍ରିକ୍ ପରୀକ୍ଷା ତାରିଖ | Matric Exam 2023 | ଛାତ୍ରୀଛତ୍ରୀଙ୍କ ପାଇଁ ବଡ ଖବର । ଘୋଷଣା ହେଲା ମାଟ୍ରିକ୍ ପରୀକ୍ଷା ତାରିଖ । ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ।
Matric Exam 2023: ଛାତ୍ରୀଛତ୍ରୀଙ୍କ ପାଇଁ ବଡ ଖବର । ଘୋଷଣା ହେଲା ମାଟ୍ରିକ୍ ପରୀକ୍ଷା ତାରିଖ । ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ତାରିଖ ଘୋଷଣା । ୧୦ରୁ ୧୭ ମାର୍ଚ୍ଚ ଯାଏଁ ପରୀକ୍ଷା ଚାଲିବ । ପରୀକ୍ଷା ସମ୍ପର୍କରେ ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା ଶେଷ ହୋଇଥିବା ବେଳେ ଆସନ୍ତା ୧୦ ଦିନ ଭିତରେ ପ୍ରକାଶ ପାଇବ ଫଳ । ଅନ୍ୟପଟେ ମାଟ୍ରିକ ପରୀକ୍ଷା ପାଇଁ ଖୁବ୍ ଶୀଘ୍ର ଅନଲାଇନ୍ରେ ଫର୍ମ ଫିଲଅପ୍ ହେବ । ବିଭିନ୍ନ ଦେଶରେ କରୋନା ବ୍ୟାପୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଫଲାଇନ୍ ପରୀକ୍ଷାକୁ ନେଇ ଶଙ୍କା ସୃଷ୍ଟି ହୋଇଥିଲା।
କିନ୍ତୁ ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯିବା ପରେ ପିଲାଙ୍କ ଦ୍ୱନ୍ଦ୍ୱ ଦୂର ହୋଇଛି । ଗତବର୍ଷ ପରି ଚଳିତ ବର୍ଷ ବି ନକ୍ସଲ ପ୍ରଭାବିତ ଅଞ୍ଚଳରେ ପୋଲିସ୍ ଷ୍ଟେସନରେ ୨୨ଟି ନୋଡ଼ାଲ ସେଣ୍ଟର ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ରାଜ୍ୟର ୫ଲକ୍ଷ ୪୩ ହଜାର ଛାତ୍ରାଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବେ । ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ହେବ ।
ସେହିପରି ନବମ ଶ୍ରେଣୀ ପରୀକ୍ଷା ପାଇଁ ମଧ୍ୟ ତାରିଖ ଘୋଷଣା କରାଯାଇଛି । ଫେବୃଆରୀ ୨୦ରୁ ୨୫ ପର୍ଯ୍ୟନ୍ତ ନବମ ଶ୍ରେଣୀ ପରୀକ୍ଷା ହେବ ବୋଲି ଘୋଷଣା ହୋଇଥିବା ବେଳେ ଫେବୃଆରୀ ୨୨ରୁ ୨୮ ପର୍ଯ୍ୟନ୍ତ ମୂଲ୍ୟାୟନ କରାଯିବ ।












Click it and Unblock the Notifications