ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା, ସକାଳ ୮ ରୁ ପରୀକ୍ଷା ଆରମ୍ଭ
ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୭ ଯାଏଁ ଚାଲିବ ମାଟ୍ରିକ ଦ୍ଵିତୀୟ ସମ୍ମେଟିଭ ପରୀକ୍ଷା । ଚଳିତ ଥର ୫ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ ୩ହଜାର ୨୧୮ ସେଣ୍ଟରରେ ମାଟ୍ରିକ ପରୀକ୍ଷା ଦେବେ ।

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୭ ଯାଏଁ ଚାଲିବ ମାଟ୍ରିକ ଦ୍ଵିତୀୟ ସମ୍ମେଟିଭ ପରୀକ୍ଷା । ଚଳିତ ଥର ୫ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ ୩ହଜାର ୨୧୮ ସେଣ୍ଟରରେ ମାଟ୍ରିକ ପରୀକ୍ଷା ଦେବେ ।
ପରୀକ୍ଷା ୮ଟାରୁ ଆରମ୍ଭ ହୋଇ ୧୦ଟାରେ ଶେଷ ହେବ। ପ୍ରଥମ ଦିନରେ ପିଲାମାନେ ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ସାଙ୍ଗରେ ଆଡମାଟ୍ କାର୍ଡ, ବ୍ଲ୍ୟୁ ଓ ବ୍ଲାକ୍ ପେନ୍, ଓ ପେନ୍ସିଲ୍ ଜେମେଟ୍ରିବକ୍ସ ବକ୍ସ ନେଇ ଯିବେ। ଅନ୍ୟ ଜିନିଷ ପରୀକ୍ଷା କେନ୍ଦ୍ରକୁ ପିଲାମାନେ ନେଇ ପାରିବେ ନାହିଁ। ଏହା ସହ ଶିକ୍ଷକମାନେ ପରୀକ୍ଷା କେନ୍ଦ୍ରକୁ ଯିବାବେଳେ ମୋବାଇଲ ସ୍ୱିଚ୍ ଅଫ୍ ମୋଡରେ ନିର୍ଦ୍ଦିଷ୍ଟ ସ୍ଥାନରେ ରହିବ ।
ଭୋକେସନାଲ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ ନମ୍ବର ପରୀକ୍ଷା କରାଯିବ। ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ (ଏମ୍ସିକ୍ୟୁ) ପ୍ରଶ୍ନ ରହିବ ଯାହାର ଉତ୍ତରକୁ ଓଏମ୍ଆର୍ ସିଟ୍ରେ ପୂରଣ କରାଯିବ। ଅବଶିଷ୍ଟ ୩୦ନମ୍ବର ସବ୍ଜେକ୍ଟିଭ୍ ପ୍ରଶ୍ନ ରହିବ ଓ ଏହାର ଉତ୍ତର ପ୍ରଶ୍ନପତ୍ର ବୁକ୍ଲେଟ୍ରେ ଲେଖିବାକୁ ପଡ଼ିବ। ଗଣିତ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ମିଳିବ ।
ସେହିପରି ମଧ୍ୟମା ବା ସଂସ୍କୃତ ଟୋଲରେ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଂରାଜୀ ପରୀକ୍ଷାରେ ୩୦ ନମ୍ବର ସବଜେକ୍ଟିଭ ଓ ୩୦ ନମ୍ବର ଅବଜେକ୍ଟିଭ ପରୀକ୍ଷା ହେବ । ଅନ୍ୟ ବିଷୟରେ ୩୦ ମାର୍କ ସବଜେକ୍ଟିଭ ଓ ୫୦ ମାର୍କ ଅବଜେକ୍ଟିଭ ପରୀକ୍ଷା କରାଯିବ ।
ପରୀକ୍ଷା କାର୍ଯ୍ୟସୂଚୀ
- ମାର୍ଚ୍ଚ ୧୦- ପ୍ରଥମ ଭାଷା (ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲଗୁ, ଅଲଟରନେଟିଭ ଇଂରାଜୀ)
- ମାର୍ଚ୍ଚ ୧୩- ଦ୍ବିତୀୟ ଭାଷା (ଇଂରାଜୀ, ହିନ୍ଦୀ, ମୂକ ଓ ବଧିରଙ୍କ ପାଇଁ ପରିବେଶ ଓ ଜନସଂଖ୍ୟା),
- ମାର୍ଚ୍ଚ ୧୪- ତୃତୀୟ ଭାଷା (ହିନ୍ଦୀ, ଓଡ଼ିଆ, ପାର୍ସି, ସଂସ୍କୃତ)
- ମାର୍ଚ୍ଚ ୧୫- ସାଧାରଣ ବିଜ୍ଞାନ
- ମାର୍ଚ୍ଚ ୧୬- ସାମାଜିକ ବିଜ୍ଞାନ
- ମାର୍ଚ୍ଚ ୧୭-ଗଣିତ
ମିଳିଥିବା ସୂଚନାନୁସାରେ, ମୋଟ୍ ୨୨ଟି ପୋଲିସ ଷ୍ଟେସନକୁ ମିଶାଇ ହୋଇଥିବା ୩୧୬ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ସେଠାରୁ ପରୀକ୍ଷା ଦିନ ସକାଳେ ପୋଲିସ ସୁରକ୍ଷା ସହ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ବୋର୍ଡ଼ ପକ୍ଷରୁ ପଦକ୍ଷେପ ନିଆଯାଇଛି । ପୂର୍ବରୁ ସ୍କ୍ୱାଡ ଚେକିଂ ପାଇଁ ଆସୁଥିଲେ। ଏଥର ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି । ସ୍କୁଲ ଗୁଡିକରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ୫୭ଟି କେନ୍ଦ୍ରୀୟ ସ୍କ୍ୱାଡ ଚେକିଂ ପାଇଁ ଗଠନ କରାଯାଇଛି । ଅନ୍ୟପଟେ ଯେଉଁ ସେଣ୍ଟରରେ ସମ୍ମିଟିଭ-୧ ପରୀକ୍ଷା ହୋଇଥିଲା, ସେଠାରେ ହିଁ ସମ୍ମେଟିଭ ୨ ପରୀକ୍ଷା ହେବ। ପୂର୍ବ ବର୍ଷ ଗୁଡିକରେ ଯେଉଁଠି କପି ହୋଇଥିବା ଖବର ଆସିଥିଲା, ସେଠାରେ ସେଣ୍ଟର ପରିବର୍ତ୍ତନ କରାଯାଇଛି ।
ସେହିପରି ମାଟ୍ରିକ ପରୀକ୍ଷା ସହ ମଧ୍ୟମା ଓ ଓପନ ସ୍କୁଲର ପରୀକ୍ଷା ମଧ୍ୟ ଆସନ୍ତାକାଲିଠୁ ଆରମ୍ଭ ହେବ । ମାଓ ଅଧୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। କନ୍ଧମାଳରେ ୭ ଟି, କୋରାପୁଟରେ ୫ ଓ ମାଲକାନାଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ତେବେ ସ୍କୁଲର ୧୦ କିମି ଭିତରେ ସବୁ ସେଣ୍ଟର କରାଯାଇଛି ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications