ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା: ଜାଣନ୍ତୁ, କେଉଁ ଦିନ ରହିଛି କେଉଁ ପେପର୍ ?
ଆସନ୍ତା ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟାରେ ସରିବ ।

କଟକ: ପ୍ରକାଶ ପାଇଁ ଚଳିତ ବର୍ଷ ପାଇଁ ମାଟ୍ରିକ୍ ପରୀକ୍ଷା ତାରିଖ । ଆସନ୍ତା ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟାରେ ସରିବ । ଭୋକେସନାଲ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ ନମ୍ବର ପରୀକ୍ଷା କରାଯିବ। ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ(ଏମ୍ସିକ୍ୟୁ) ପ୍ରଶ୍ନ ରହିବ ଯାହାର ଉତ୍ତରକୁ ଓଏମ୍ଆର୍ ସିଟ୍ରେ ପୂରଣ କରାଯିବ। ଅବଶିଷ୍ଟ ୩୦ନମ୍ବର ସବ୍ଜେକ୍ଟିଭ୍ ପ୍ରଶ୍ନ ରହିବ ଓ ଏହାର ଉତ୍ତର ପ୍ରଶ୍ନପତ୍ର ବୁକ୍ଲେଟ୍ରେ ଲେଖିବାକୁ ପଡ଼ିବ। ଗଣିତ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ମିଳିବ ।
ବୋର୍ଡ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମ ଦିନ (ମାର୍ଚ୍ଚ ୧୦ ତାରିଖ) ପ୍ରଥମ ଭାଷା ପରୀକ୍ଷା (ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲଗୁ, ଅଲଟରନେଟିଭ ଇଂରାଜୀ), ଦ୍ବିତୀୟ ଦିନରେ ବା ୧୩ ତାରିଖରେ ଦ୍ବିତୀୟ ଭାଷା (ଇଂରାଜୀ, ହିନ୍ଦୀ, ମୂକ ଓ ବଧିରଙ୍କ ପାଇଁ ପରିବେଶ ଓ ଜନସଂଖ୍ୟା),୧୪ ତାରିଖରେ ତୃତୀୟ ଭାଷା( ହିନ୍ଦୀ, ଓଡ଼ିଆ, ପାର୍ସି, ସଂସ୍କୃତ) ପରୀକ୍ଷା ହେବ । ସେହିପରି ୪ର୍ଥ ଦିନ ସାଧାରଣ ବିଜ୍ଞାନ, ୫ମ ଦିନ ସାମାଜିକ ବିଜ୍ଞାନ ଓ ଷଷ୍ଠ ଦିନ ଗଣିତ ପରୀକ୍ଷା ହେବ । ଭୋକେସନାଲ ଟ୍ରେଡ ପ୍ରାକ୍ଟିକାଲ ପରୀକ୍ଷା ନିଜ ନିଜ ସ୍କୁଲରେ ଫେବୃଆରୀ ୧୫ରୁ ୧୮ ତାରିଖ ମଧ୍ୟରେ କରାଯିବ ।
ସେହିପରି ମଧ୍ୟମା ବା ସଂସ୍କୃତ ଟୋଲରେ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଂରାଜୀ ପରୀକ୍ଷାରେ ୩୦ ନମ୍ବର ସବଜେକ୍ଟିଭ ଓ ୩୦ ନମ୍ବର ଅବଜେକ୍ଟିଭ ପରୀକ୍ଷା ହେବ । ଅନ୍ୟ ବିଷୟରେ ୩୦ ମାର୍କ ସବଜେକ୍ଟିଭ ଓ ୫୦ ମାର୍କ ଅବଜେକ୍ଟିଭ ପରୀକ୍ଷା କରାଯିବ ବୋଲି ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି ।
ଚଳିତବର୍ଷ ୩ ହଜାର ୨୯ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୫ ଲକ୍ଷ ୩୩ ହଜାର ୭୧୨ ଛାତ୍ରଛାତ୍ରୀ । ସେହିଭଳି ମଧ୍ୟମାରେ ୨୯୧୪ ପରୀକ୍ଷାର୍ଥୀଙ୍କ ଲାଗି ୧୦୮ଟି କେନ୍ଦ୍ର ଏବଂ ମୁକ୍ତ ବିଦ୍ୟାଳୟରେ ୭୧୮୧ ପରୀକ୍ଷାର୍ଥୀ ଲାଗି ୧୪୬ କେନ୍ଦ୍ର ବ୍ୟବସ୍ଥା କରାଯାଇଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications