For Quick Alerts
Turn On Notification  
For Daily Alerts
Oneindia App Download

ଆରମ୍ଭ ହେଲା ମାଟ୍ରିକ ଖାତା ଦେଖା, ଜୁନ ଶେଷ ସପ୍ତାହରେ ରେଜଲ୍ଟ !

ଆଜି (ଶନବାର)ଠୁ ଆରମ୍ଭ ହୋଇଛି ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା (ଖାତା ଦେଖା) । ଦଶମ ଶ୍ରେଣୀ ସହିତ SOS ଓ ମଧ୍ୟମା ପରୀକ୍ଷାର ଖାତା ମଧ୍ୟ ମୂଲ୍ୟାୟନ କରାଯାଉଛି ।

|

ଭୁବନେଶ୍ୱର: ଆଜି (ଶନବାର)ଠୁ ଆରମ୍ଭ ହୋଇଛି ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା (ଖାତା ଦେଖା) । ଦଶମ ଶ୍ରେଣୀ ସହିତ SOS ଓ ମଧ୍ୟମା ପରୀକ୍ଷାର ଖାତା ମଧ୍ୟ ମୂଲ୍ୟାୟନ କରାଯାଉଛି । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Matric Evaluation

ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତା ଦେଖା ଚାଲିଛି । ଏଥିପାଇଁ ଗତାକଲି ସକାଳ ୧୦ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେଇଛନ୍ତି ପରୀକ୍ଷକ। ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଖାତା ଦେଖା ଚାଲିବ।

ରାଜ୍ୟର ୫୮ ଟି କେନ୍ଦ୍ରରେ ଖାତାଦେଖା ହେବ । ଚଳିତ ଥର ଖାତା ଦେଖା ପାଇଁ ୪୮୧ ଜଣ ମୁଖ୍ୟ ଏଗଜାମିନରଙ୍କ ସହ ୯୦୦ ଜଣ ଡେପୁଟି ଏଗଜାମିନର, ୮୯୧୯ ଜଣ ସହକାରୀ ଏଗଜାମିନର, ୯୩୦ ସ୍କ୍ରୁଟିନାଇଜରଙ୍କୁ ବୋର୍ଡ ପକ୍ଷରୁ ନିୟୋଜିତ କରାଯାଇଥିବା ସୂଚନା ମିଳିଛି । ଖାତା ଦେଖା ପରେ ମାର୍କ ଅପଲୋଡ୍ କାର୍ଯ୍ୟ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ପରେ ଜୁନ ଶେଷ ସପ୍ତାହ କିମ୍ବା ଜୁଲାଇ ପ୍ରଥମ ସପ୍ତାହା ମଧ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା ।

ସୂଚନାଯୋଗ୍ୟ, ଏପ୍ରିଲ ୨୯ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ଦୁଇ ବର୍ଷ ପରେ ପୁଣି ଅଫଲାଇନ୍‌ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha: Matric Evaluation Starts, Result Expected in June Last Week
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X