Get Updates
Get notified of breaking news, exclusive insights, and must-see stories!

ସ୍କୁଲ ଖୋଲିବା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ...

ରାଜ୍ୟରେ ଏଥର ଖୋଲିବ କି ସ୍କୁଲ ? ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ଗାଇଡଲାଇନ ଜାରି ହୋଇଛି ।

ଭୁବନେଶ୍ୱର: ରାଜ୍ୟରେ ଏଥର ଖୋଲିବ କି ସ୍କୁଲ ? ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ଗାଇଡଲାଇନ ଜାରି ହୋଇଛି । ଏଥିରେ କହୁଯାଇଛି ଯେ, ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସଂପୃକ୍ତ ବିଭାଗ ଗୁଡ଼ିକ ନିଷ୍ପତ୍ତି ନେଇ ପାରିବେ । ଆଉ ଏହା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ।

Mass Education Minister

ସେ କହିଛନ୍ତି ଯେ ଶିକ୍ଷାନୁଷ୍ଠାନ ଖୋଲିବା ସଂପର୍କରେ ବିଭାଗମାନେ ନିଷ୍ପତ୍ତି ନେଇ ପାରିବେ ବୋଲି ଗତକାଲି ଏସ୍‌ଆର୍‌ସିଙ୍କ ଗାଇଡ୍‌ଲାଇନ୍ ଆସିଛି। ଏବେ ଏ ସଂପର୍କରେ ବିସ୍ତୃତ ଭାବେ ବିଭାଗ ପକ୍ଷରୁ ତର୍ଜମା କରାଯିବ। ତା'ପରେ ଯାଇ ନିଷ୍ପତ୍ତି ନିଆଯିବ।

ସେହିପରି ବର୍ତ୍ତମାନ ଏକାଦଶ ଶ୍ରେଣୀ ନାମଲେଖା ହୋଇନାହିଁ, ତେଣୁ ପ୍ରଥମ ବର୍ଷ ଖୋଲିବା କଥା ଏବେ ନିଷ୍ପତି ହୋଇନାହିଁ । ପ୍ରଥମରୁ ଅଷ୍ଟମ ନେଇ ବିଭାଗ ତର୍ଜମା କରି ନିଷ୍ପତ୍ତି ନେବ । ପିଲାମାନଙ୍କ ଭିତରେ ସ୍କୁଲ ଯିବାକୁ ଆଗ୍ରହ ଅଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଲୋଚନା କରିବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+