ଆଜିଠୁ ଖୋଲିଲା ଷଷ୍ଠ ଓ ସପ୍ତମ ଶ୍ରେଣୀ, ପ୍ରଥମରୁ ପଞ୍ଚମ କେବେ ? ଜାଣନ୍ତୁ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଆଜିଠୁ ଖୋଲିଲା ଷଷ୍ଠ ଓ ସପ୍ତମ ଶ୍ରେଣୀ । ଆଜି ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଛି । ପୂର୍ବରୁ ଅଷ୍ଠମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ଖୋଲି ସାରିଛି । ଏବେ ପ୍ରଶ୍ନ ଉଠିଛି ଯେ, କେବେ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କ

ଭୁବନେଶ୍ୱର: ଆଜିଠୁ ଖୋଲିଲା ଷଷ୍ଠ ଓ ସପ୍ତମ ଶ୍ରେଣୀ । ଆଜି ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଛି । ପୂର୍ବରୁ ଅଷ୍ଠମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ଖୋଲି ସାରିଛି । ଏବେ ପ୍ରଶ୍ନ ଉଠିଛି ଯେ, କେବେ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ । ଏନେଇ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Sameer Ranjan Dash

ପ୍ରଥମ ଠାରୁ ପଞ୍ଚମ ଯାଏଁ ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ବିଚାର କରାଯାଇ ନଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏପର୍ଯ୍ୟନ୍ତ ଏବେ ଠାରୁ କହିବା ଠିକ୍ ହେବନାହିଁ ବୋଲି କହିଛନ୍ତି ସମୀର ଦାଶ ।

ସେପଟେ ଆଜି ସକାଳ ସାଢେ ୯ଟାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି । ପ୍ରାୟ ଦେଢ଼ ବର୍ଷ ପରେ ସ୍କୁଲ ଯିବାର ସୁଯୋଗ ମିଳିଛି, ତେଣୁ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ଅଛନ୍ତି। ହେଲେ ପିଲାମାନେ ଚାହିଁଲେ ଅନଲାଇନ୍ ଓ ଅଫଲାଇନ୍ କ୍ଲାସ୍ କରିପାରିବେ ବୋଲି ଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ସେପଟେ କୋଭିଡ୍ ମୁକ୍ତ ପାଠପଢ଼ା ଲାଗି ସ୍କୁଲରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଅନ୍ୟପଟେ ଆନୁଆଲ୍ ଷ୍ଟାଟସ ଅଫ୍ ଏଜୁକେସନ୍ ରିପୋର୍ଟ ବା ଅସର ୨୦୨୧ ଗତକାଲି ପ୍ରକାଶ ପାଇଛି । ଦେଢ ବର୍ଷରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ଥିଲା ସେଥିପାଇଁ ପିଲାଙ୍କ ପାଠପଢା ଲାଗି ଅଭିଭାବକ ମାନେ ଟିଉସନ ପ୍ରତି ନିର୍ଭରଶୀଳ ହୋଇଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । କିନ୍ତୁ ଏବେ ଯେଉଁ ନୂଆ ଢାଂଚାରେ ପାଠପଢା ଓ ପରୀକ୍ଷା କରାଯିବା ପାଇଁ ନିଷ୍ପତି ହୋଇଛି ତାହା ଆଗାମୀ ଦିନରେ ସ୍କୁଲ ପାଠପଢା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ସୃଷ୍ଟି କରିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ସେହିପରି ସରକାରୀ ସ୍କୁଲରେ ପଢିଲେ ମେଡିକାଲ ଓ ଇଂଜିନିୟରିଂରେ ସଂରକ୍ଷଣ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଯୋଗୁଁ ସରକାରୀ ସ୍କୁଲ ପ୍ରତି ଆଗ୍ରହ ବଢିଥିବା କହିଛନ୍ତି ସମୀର ଦାଶ । । ଏହାସହ ସ୍କାର୍ଟ କ୍ଲାସ, ଇ ଲାଇବ୍ରେରୀ, ଇ ଲାବ୍ରାଟୋରୀ ଏବଂ ଭିତିଭୂମି ଆଦି ଯୋଗୁଁ ସରକାରୀ ସ୍କୁଲରେ ନାମ ଲେଖା ବଢିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେହିପରି ସ୍ମାର୍ଟ ଫୋନ ସଂଖ୍ୟା ବୃଦ୍ଧି ପାଇଥିଲେ ବି ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+