ବଢିବ ଖରା କି ଛୁଟି ? ୩୦ ତାରିଖରେ ସ୍କୁଲ ଖୋଲିବ ନେଇ ଏମିତି କହିଲେ ମନ୍ତ୍ରୀ
ଆଗକୁ ସ୍ଥିତି ଦେଖି ବଦଳିପାରେ ଖାର ଛୁଟି ଅବଧି । ଆସନ୍ତା ଏପ୍ରିଲ ୩୦ ତାରିଖ ପରେ ଏସଆରସିଙ୍କ ପରାମର୍ଶ ଅନୁଯାଇ ଛୁଟି ନିଷ୍ପତ୍ତି ନିଆଯିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ଭୁବନେଶ୍ୱର: ଆଗକୁ ସ୍ଥିତି ଦେଖି ବଦଳିପାରେ ଖାର ଛୁଟି ଅବଧି । ଆସନ୍ତା ଏପ୍ରିଲ ୩୦ ତାରିଖ ପରେ ଏସଆରସିଙ୍କ ପରାମର୍ଶ ଅନୁଯାଇ ଛୁଟି ନିଷ୍ପତ୍ତି ନିଆଯିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଆଗାମୀ ଦିନରେ ହିଟୱେଭ ସ୍ଥିତିକୁ ନଜରରେ ରଖି ସ୍କୁଲ ଖୋଲିବା ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ ।

ସୂଚନାଥାଉ କି, ହିଟଓ୍ବେଭ୍ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରଖାଯାଇଛି । ତେବେ ଆଉ ୩ ଦିନ ହିଟଓ୍ବେଭ୍ ବଢ଼ିବ ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଅସହ୍ୟ ତାତି ବଢ଼ିବାରୁ ଦିନ ୧୦ଟା ପରେ ସ୍କୁଲରୁ ଫେରିବା ସ୍କୁଲ ଛାତ୍ରଛାତ୍ରୀଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଲା। ଏନେଇ ଅଭାଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଗତ ୨୬ ତାରିଖରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି।












Click it and Unblock the Notifications