For Quick Alerts
Turn On Notification  
For Daily Alerts
Oneindia App Download

କନିଜ ଫତିମା ମାଦ୍ରାସ ବୋର୍ଡ ପରୀକ୍ଷାରେ ଟପ୍ପର୍

କନିଜ ଫତିମା ମାଦ୍ରାସ ବୋର୍ଡ ପରୀକ୍ଷାରେ ଟପ୍ପର୍

|

ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲାର ଦିଲାୱରପୁରର ମଦ୍ରାସା ଇସଲାମ ଆରବିଆ କନିଜ ଫତିମା ଚଳିତ ବର୍ଷ ଓଡ଼ିଶା ରାଜ୍ୟ ବୋର୍ଡ ଅଫ୍ ମଦ୍ରାସା ଶିକ୍ଷା ବୋର୍ଡ (OSBME) ଦ୍ୱାରା ପରିଚାଳିତ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଛନ୍ତି ।
ଫତିମା 700 ମାର୍କ ମଧ୍ୟରୁ 644 ( 92% ) ରଖିଛନ୍ତି । ଫଳାଫଳକୁ ନେଇ ଖୁସି ବ୍ୟକ୍ତ କରି କହିଛନ୍ତି ଯେ ସେ ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ କିମ୍ବା ଶିକ୍ଷକ ହେବାକୁ ଇଚ୍ଛା କରନ୍ତି ।

ମାଦ୍ରାସ
ଏଠାରେ ସୂଚନାଥାଉକି, ମଦ୍ରାସା ବୋର୍ଡର ସମସ୍ତ 212 ଛାତ୍ର (190 ରେଗୁଲାର୍ ଏବଂ 20 ଏକ୍ସ-ରେଗୁଲାର୍) ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି । 212 ଛାତ୍ର (128 ପୁଅ ଏବଂ 84 ଝିଅ) ଙ୍କ ମଧ୍ୟରୁ ଫତିମା ଏ-ଗ୍ରେଡ୍ (90% ଏବଂ ତଦୁର୍ଦ୍ଧ) ରଖିଥିବା ବେଳେ 11 ଛାତ୍ର ଗ୍ରେଡ୍ A2 (80-89% ମଧ୍ୟରେ), 37 ଛାତ୍ର ଗ୍ରେଡ୍ B1 (70-79% ମଧ୍ୟରେ), 68 ଛାତ୍ର ଗ୍ରେଡ୍ B2 (60 ରୁ 69% ମଧ୍ୟରେ), 46 ଛାତ୍ର ଗ୍ରେଡ୍ ସି (50-59% ମଧ୍ୟରେ), 32 ଛାତ୍ର ଗ୍ରେଡ୍ ଡି (40-49% ମଧ୍ୟରେ) ଏବଂ 17 ଛାତ୍ର ଗ୍ରେଡ୍ ଇ (33-39% ମଧ୍ୟରେ) ରଖିଛନ୍ତି । OSBME ଅଫିସିଆଲ୍ ଓ୍ୱେବସାଇଟରେ ସମସ୍ତ ଫଳାଫଳ ଉପଲବ୍ଧ ରହିଛି ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Madrasa Board Exams Kaneej Fatima From Kendrapada District Tops
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X