ବିଏଡ୍ କଲେଜରେ ନାମ ଲେଖା ପାଇଁ ଏନସିଟିଇ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଉଚ୍ଚଶିକ୍ଷା ସଚିବ
ନ୍ୟାସନାଲ କାଉନସିଲ୍ ଫର ଟିଚର ଏଜୁକେସନକୁ ଓଡ଼ିଶା ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଚିଠି ଲେଖିଛନ୍ତି। 15ଟି ବିଏଡ୍ କଲେଜରେ ନାମ ଲେଖା ଲାଗି ଅନୁମତି ଦେବାକୁ ଚିଠି ଲେଖିଛନ୍ତି
ଭୁବନେଶ୍ୱର: ନ୍ୟାସନାଲ କାଉନସିଲ୍ ଫର ଟିଚର ଏଜୁକେସନକୁ ଓଡ଼ିଶା ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଚିଠି ଲେଖିଛନ୍ତି। 15ଟି ବିଏଡ୍ କଲେଜରେ ନାମ ଲେଖା ଲାଗି ଅନୁମତି ଦେବାକୁ ଚିଠି ଲେଖିଛନ୍ତି । ଏନସିଟିଇ ଅଧ୍ୟକ୍ଷଙ୍କୁ ସେ ଅନୁରୋଧ କରିଛନ୍ତି ଯେ ଓଡି଼ଶା ଜନସେବା ଆୟୋଗ ଦ୍ୱାରା ନିୟମିତ ନିଯୁକ୍ତି ନେହବା ଯାଏଁ ଏହି ସମସ୍ତ ଟିଇଆଇରେ ଆବଶ୍ୟକୀୟ ଯୋଗ୍ୟତା ଥିବା ବହୁ ସଂଖ୍ୟାରେ ଅତିଥି ଅଧ୍ୟାପିକାଙ୍କୁ ନିୟୋଜିତ କରାଯାଉ । ଏନେଇ ଆବଶ୍ୟକୀୟ ଅନୁମୋଦନ ପ୍ରଦାନ କରନ୍ତୁ ବୋଲି ଚିଠିରେ ଦର୍ଶାଯାଇଛି।

15ଟି ଟିଆଇ , ଯାହାର ସ୍ୱୀକୃତି ପ୍ରତ୍ୟାହାର କରି ନିଆଯାଇଛି, ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବା ସହ ସାଧାରଣ ପାଠ୍ୟକ୍ରମ ଚଳାଇବାକୁ ଅନୁମତି ଦିଆଯାଉ ବୋଲି ଚିଠିରେ ଦର୍ଶାଯାଇଛି । ସୂଚନା ଅନୁସାରେ, ଅବଶ୍ୟକତା ଠାରୁ କମ୍ ସଂଖ୍ୟକ ଅଧ୍ୟାପକ ରହିବା କାରଣରୁ ଏକାଡେମିକ୍ ଅଧିବେଶନରେ 15ଟି ଟିଇଆଇର ସ୍ୱୀକୃତି ପ୍ରତ୍ୟାହାର କରାଯାଇଥିଲା। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଥିରେ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚମାଧ୍ୟମିକ ପର୍ଯ୍ୟାୟ ପାଇଁ ତାଲିମପ୍ରାପ୍ତ ଶିକ୍ଷକଙ୍କ ଆବଶ୍ୟକତାରୁ ଦୃଷ୍ଟିରେ ରଖି କେବଳ ସରକାରୀ ଟିଇଆଇ ରହିଛି । ତେବେ ଏହି ସରକାରୀ ଟିଆଇ ମାନ୍ୟତା ପ୍ରତ୍ୟାହାର ହେତୁ ତାଲିମପ୍ରାପ୍ତ ଶିକ୍ଷକମାନଙ୍କ ପାଇଁ ରାଜ୍ୟର ଚାହିଦା ପୂରଣ କରିବା ଅସମ୍ଭବ ହୋଇପଡୁଛି ବୋଲି ଚିଠିରେ କୁହାଯାଇଛି।












Click it and Unblock the Notifications