ବଦଳିଲା ହାଇସ୍କୁଲ ୟୁନିଫର୍ମ : ନବମ-ଦଶମ ପିଲାଙ୍କ ପାଇଁ ଚେକ୍‌ ସାର୍ଟ ଓ ଫୁଲ୍‌ ପ୍ୟାଣ୍ଟ୍‌

ଭୁବନେଶ୍ୱର: ଅଷ୍ଟମ ଶ୍ରେଣୀ ପରେ ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ୍ ୟୁନଫର୍ମ । ସରକାରୀ ହାଇସ୍କୁଲ୍‌ ତଥା ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀ ପାଇବେ ୟୁନିଫର୍ମ । ଦୁଇ ହଳ ପୋଷାକ ସହ ଜୋତା ଓ ମୋଜା ବି ଯୋଗାଇ ଦିଆଯିବ । 'ମୁଖ୍ୟମନ୍ତ୍ରୀ ପରିଧାନ' ଯୋଜନାରେ ହାଇସ୍କଲ୍‌ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ ।

ଏନେଇ ସବୁ ଜିଲ୍ଲାପାଳ, ଓସେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି । 'ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ' ଯୋଜନାରେ ୟୁନିଫର୍ମ ମିଳିବ । ଜୁଲାଇ ୧୫ ସୁଦ୍ଧା ୟୁନିଫର୍ମ ସଂଗ୍ରହ ଓ ବିତରଣ ଶେଷ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Odisha High School Uniform

୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଗୋଟିଏ ପିଲା ପିଛା ୫୫୦ ଟଙ୍କା ମୂଲ୍ୟରେ ରହିଛି ଦୁଇ ହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟରେ ହଳେ ଜୋତା ଓ ଦୁଇ ହଳ ମୋଜା ଦିଆଯିବ । ଏହାସହ ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟି-ସାର୍ଟ, ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟ୍ରାକ୍‌ ପ୍ୟାଣ୍ଟ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ ।

ସୂଚନାଥାଉ କି, ପୂର୍ବରୁ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୋ‌ଷାକ, ଜୋତା ଓ ମୋଜା ମିଳୁଥିଲା । ହେଲେ ଏବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ସୁବିଧା ମିଳିବ । ପୋଷାକ, ଜୋତା ଓ ମୋଜା କ୍ରୟ ଏବଂ ବିତରଣ ପାଇଁ ବ୍ଲକ ସ୍ତରରେ ଏକ କମିଟି ଗଠନ କରାଯାଇଛି । ଏହି କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+