Get Updates
Get notified of breaking news, exclusive insights, and must-see stories!

ଦକ୍ଷତା ବିକାଶ କ୍ଷେତ୍ରରେ ଏକ ଅନନ୍ୟ ରାଜ୍ୟ ଭାବେ ଉଭା ହୋଇଛି ଓଡିଶା: ସୁବ୍ରତ ବାଗଚୀ

ଦକ୍ଷତା ବିକାଶ କ୍ଷେତ୍ରରେ ଏକ ଅନନ୍ୟ ରାଜ୍ୟ ଭାବେ ଉଭା ହୋଇପାରିଛି ଓଡିଶା। ଏସୀୟ ବିକାଶ ବ୍ୟାଙ୍କ୍ ଦ୍ୱାରା ଆୟୋଜିତ ନବମ ଅର୍ନ୍ତଜାତୀୟ ସ୍କିଲ୍ସ ଫୋରମରେ ଯୋଗ ଦେଇ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଏହା ପ୍ରକାଶ କରିଛନ୍ତି। ଏହି ଫୋରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ "ଦକ୍ଷତା ବିକାଶ ନା ମାନବ ରୂପାନ୍ତରଣ ବିଷୟବସ୍ତୁ ଉପରେ ଶ୍ରୀ ବାଗଚୀ ନିଜର ବକ୍ତବ୍ୟ ରଖିଥିଲେ ।

Subroto Bagchi

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ନିର୍ଦ୍ଦେଶରେ କିଭଳି । ଓଡିଶା ଦକ୍ଷତା ବିକାଶ କ୍ଷେତ୍ରରେ ଏକ ଅନନ୍ୟ ରାଜ୍ୟ ଭାବେ ଉଭା ହୋଇପାରିଛି ସେ ସଂପର୍କରେ ସମସ୍ତଙ୍କୁ ଶ୍ରୀ ବାଗଚୀ ଅବଗତ କରାଇଥିଲେ । ଶ୍ରୀ ବାଗଚୀ ଏହି ଅବସରରେ କହିଥିଲେ ଯେ ନେତା, ନୀତି ର୍ନିଦ୍ଧାରକ ଏବଂ ଦକ୍ଷତା ବିକାଶ ସଂସ୍ଥାନମାନଙ୍କ ନିକଟରେ ଦକ୍ଷତା କ୍ଷେତ୍ରରେ ରହିଥିବା ଅସମାନତା ଦୂର କରିବା ପାଇଁ ଉତ୍ତମ ସୁଯୋଗ ରହିଛିା ସେମାନେ ନୀତି ର୍ନିଦ୍ଧାରଣ, ପୁଞ୍ଜିନିବେଶ ଏବଂ ଏହାକୁ କାର୍ଯ୍ୟକାରୀ କରିବା ସମୟରେ ଲିଙ୍ଗଗତ ତାରତମ୍ୟ, ସ୍ୱଳ୍ପ ବେତନ ତଥା ବେତନରେ ଭେଦଭାବ ଏବଂ ଦକ୍ଷତା ବିକାଶ ନିମନ୍ତେ ପୁଷ୍ଟିସାରଯୁକ୍ତ ଖାଦ୍ୟର ଆବଶ୍ୟକତା ଉପରେ ଧ୍ୟାନ ଦେବା ଆବଶ୍ୟକା ବିଶେଷ କରି ଦକ୍ଷତା ବିକାଶ କ୍ଷେତ୍ରରେ ମହିଳାମାନଙ୍କର ଭାଗୀଦାରି ବଢାଇବା ସହ ସେମାନଙ୍କ ପୁଷ୍ଟିସାର ଖାଦ୍ୟର ଆବଶ୍ୟକତାକୁ ଗୁରୁତ୍ୱ ଦେବାକୁ ପଡିବ ବୋଲି ଶ୍ରୀ ବାଗଚୀ ପ୍ରକାଶ କରିଥିଲେ । ଦକ୍ଷତା ବିକାଶ ପରେ ଯୁବଗୋଷ୍ଠୀଙ୍କୁ ଅପ୍-ସ୍କିଲିଂ ଏବଂ ରିସ୍କିଲିଂ କରାଇବାର ଆବଶ୍ୟକତା ରହିଛିା ଔପଚାରିକ କ୍ଷେତ୍ରରେ ସମୟ, ଶ୍ରମ ଏବଂ ଅର୍ଥ ବିନିଯୋଗ କରି ଯୁବଗୋଷ୍ଠୀଙ୍କୁ ରିସ୍କିଲିଂ ଏବଂ ଅପ୍-ସ୍କିଲିଂ କରାଯାଇପାରିବ ଯାହା ଅନୌପଚାରିକ କ୍ଷେତ୍ରରେ ଅସମ୍ଭବା ଭାରତରେ ମଜୁରୀ ପ୍ରଦାନରେ ବହୁତ ତାରତମ୍ୟ ରହୁଛି। ଆମକୁ ସର୍ବନିମ୍ନ ମଜୁରୀରୁ ଉପଯୁକ୍ତ ମଜୁରୀ ବିଷୟରେ ଚିନ୍ତା କରିବାକୁ ପଡିବ ବୋଲି ଶ୍ରୀ ବାଗଚୀ କହିଥିଲ ।

ଏହି କାର୍ଯ୍ୟକ୍ରମ ଏସୀୟ ବିକାଶ ବ୍ୟାଙ୍କର ଏକ ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଅଟୋ ପ୍ରତ୍ୟେକ ଦୁଇ ବର୍ଷରେ ଥରେ ଏହାକୁ ଆୟୋଜନ କରାଯାଇଥାଏା ଚଳିତ ବର୍ଷ ୨୩ ଅଗଷ୍ଟରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଛିା ସୂଚନାଯୋଗ୍ୟ ଚଳିତ ବର୍ଷ କୋଭିଡ୍ ମହାମାରୀ ଯୋଗୁଁ ଏହାକୁ ଭର୍ଚୁଆଲି ଆୟୋଜିତ କରାଯାଇଛିା ଏହି କାର୍ଯ୍ୟକ୍ରମରେ ପ୍ରାୟ ତିନି ହଜାରରୁ ଅଧିକ ଅର୍ନ୍ତଜାତୀୟସ୍ତରର ବୁଦ୍ଧିଜୀବୀ, ନୀତି ର୍ନିଦ୍ଧାରକ, ବିଶିଷ୍ଟ ଶିକ୍ଷା ବିଶେଷଜ୍ଞ, ଶିକ୍ଷାବିତ୍, ବିଭିନ୍ନ ଦକ୍ଷତା ବିକାଶ ସଂସ୍ଥାର ପ୍ରତିନିଧି ଏବଂ ଏଡିବି ସହଯୋଗୀ ରାଷ୍ଟ୍ରର ସଦସ୍ୟମାନେ ସାମିଲ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+