ଗଣିତରେ ଉଚ୍ଚତର ପ୍ରଶିକ୍ଷଣ ପାଇଁ ବେଙ୍ଗାଲୁରୁ ଗଲେ ରାଜ୍ୟର ୮୮ ଜଣ ଶିକ୍ଷକ

ଗଣିତରେ ଉଚ୍ଚତର ପ୍ରଶିକ୍ଷଣ ପାଇଁ ବେଙ୍ଗାଲୁରୁ ଗଲେ ରାଜ୍ୟର ୮୮ ଜଣ ଶିକ୍ଷକ

ଭୁବନେଶ୍ବର: ବିଜ୍ଞାନ ଓ କାରିଗରୀ ବିଭାଗ ଆନୁକୂଲ୍ୟରେ ବିଜ୍ଞାନ ଓ ଗଣିତ ବିଷୟରେ ଉଚ୍ଚତର ପ୍ରଶିକ୍ଷଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶାର ୮୮ ଜଣ ଶିକ୍ଷକ ବେଙ୍ଗାଲୁରୁ ଯାଇଛନ୍ତି। ସେମାନେ ୨୯ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ଅଧୀନସ୍ଥ ପ୍ରତିଭା ବିକାଶ କେନ୍ଦ୍ରରେ ପ୍ରଶିକ୍ଷିତ ହେବେ ।

Indian Science Institute

ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଜ୍ଞାନ ଓ ଗଣିତ ଶିକ୍ଷକ ଭାବେ କାର୍ଯ୍ୟରତ ଏହି ଶିକ୍ଷକମାନେ ନୂତନ ଧାରାରେ ଶ୍ରେଣୀ ପରିଚାଳନା କରିବାର ଦକ୍ଷତା ହାସଲ କରିବା ସହିତ ଶ୍ରେଣୀ ପାଠ୍ୟଦାନରେ ପରୀକ୍ଷା, ସିଦ୍ଧାନ୍ତ ଓ ତତ୍ତ୍ୱର ପ୍ରୟୋଗ କରିପାରିବେ। ଶିକ୍ଷକମାନଙ୍କ ପ୍ରଶିକ୍ଷଣ ନିମନ୍ତେ ସମସ୍ତ ବ୍ୟୟ ବିଜ୍ଞାନ ଓ କାରିଗରୀ ବିଭାଗ ବହନ କରିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ୧୧୪ ଜଣ ଶିକ୍ଷକ ଏହି ପ୍ରଶିକ୍ଷଣ ନେଇଛନ୍ତି । ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବେଙ୍ଗାଲୁରୁଠାରେ ବିଜ୍ଞାନ ଓ କାର ଗି ରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+