ପିଲାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା: ପାଠ ପଢା ପାଇଁ ଜାରି ଏସ୍ଓପି
ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା କରି ଶିକ୍ଷାନୁଷ୍ଠାନରେ କୋଭିଡ୍ ନିର୍ଦ୍ଦେଶାବଳୀ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପିଲାଙ୍କ ସୁରକ୍ଷା ପାଇଁ ତତ୍ପରତା ପ୍ରକାଶ ପାଇଛି।

ଗତ ସପ୍ତାହରେ ବରଗଡ଼ ଓ ଢ଼େଙ୍କାନାଳ ଜିଲ୍ଲାର ଦୁଇଟି ସ୍କୁଲରୁ ୩୪ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍କୁଲ୍ ଖୋଲିବା ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବରେ ଏକ ଏସ୍ଓପି ଜାରି କରାଯାଇଥିଲା। ଏହି ଏସଓପିକୁ କଡ଼ାକଡ଼ି ପାଳନ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପୁନର୍ବାର ବିଭାଗ ପକ୍ଷରୁ କୁହାଯାଇଛି। ଗତକାଲି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏ ସମ୍ପର୍କରେ ଚିଠି ଲେଖିଛନ୍ତି ଗଣଶିକ୍ଷା ସଚିବ।
କ'ଣ ରହିଛି ଏସ୍ଓପିରେ
ଏସ୍ଓପି ଅନୁଯାୟୀ ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧି ସ୍କୁଲ ଆସିବେ। ବିନା ମାସ୍କରେ ନପିନ୍ଧିଥିଲେ ଏଣ୍ଟ୍ରି ମିଳିବ ନାହିଁ । ପ୍ରବେଶ ପଥରେ ସବୁ ପିଲାଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ ଏବଂ ସାନିଟାଇଜର ରଖାଯିବ। ଶ୍ରେଣୀଗୃହରେ ସାମାଜିକ ଦୂରତା ବଜାୟ ରଖିବାକୁ ସୁନିଶ୍ଚିତ କରିବା ପାଇଁ ଏଥିରେ କୁହାଯାଇଛି। ସାମାଜିକ ଦୂରତା ତଥା ଅନ୍ୟାନ୍ୟ ନିୟମାବଳୀ କାର୍ଯ୍ୟକାରୀ କରିବାକୁ ସୁନିଶ୍ଚିତ କରିବେ ସ୍କୁଲର କୋଭିଡ୍ ମନିଚର୍ (ପିଇଟି)।
କୌଣସି ବିଦ୍ୟାର୍ଥୀଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯାଇ ପାରିବ ନାହିଁ
ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା କର୍ମଚାରୀଙ୍କୁ ଥଣ୍ଡା, କାଶ କିମ୍ୱା ଜ୍ୱର ଲକ୍ଷଣ ଥିଲେ ସ୍କୁଲ ନଆସିବାକୁ କୁହାଯାଇଛି। ସ୍କୁଲ ପରିଚାଳନା କମିଟି ନିୟମିତ ବ୍ୟବଧାନରେ କ୍ୟାମ୍ପସକୁ ସାନିଟାଇଜ୍ କରିବେ। ଉଭୟ ଅନ୍ଲାଇନ୍ କିମ୍ବା ଅଫ୍ଲାଇନରେ ପାଠ ପଢ଼ା ଜାରି ରହିବ। ପିଲାମାନଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ଅଫଲାଇନ କ୍ଲାସରେ ଉପସ୍ଥାପ ଜରୁରୀ ନୁହେଁ।
ଶିକ୍ଷାନୁଷ୍ଠାନରେ ସଂକ୍ରମଣ ରୋକିବା ପାଇଁ ଓସେପା ପକ୍ଷରୁ କୋଭିଡ୍ ମନିଟରିଂ ସେଲ୍ ଗଠନ କରାଯାଇଛି।












Click it and Unblock the Notifications