Get Updates
Get notified of breaking news, exclusive insights, and must-see stories!

ଅଷ୍ଟମ ଶ୍ରେଣୀରୁ ଊର୍ଦ୍ଧ୍ଵ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ୭ରୁ, ପ୍ରାଥମିକ ସ୍କୁଲ ଖୋଲିବ ୧୪ ତାରିଖରୁ

ଭୁବନେଶ୍ୱର: ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲାଯିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଚଳିତ ମାସ ୭ ତାରଖରୁ ଖୋଲିବ ଅଷ୍ଟମ ଶ୍ରେଣୀରୁ ଉର୍ଦ୍ଧ୍ୱ ସ୍କୁଲ ଏବଂ କଲେଜ । ସେହିପରି ଫେବୃଆରୀ ୧୪ ତାରିଖରୁ ରାଜ୍ୟର କେଜି ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ଆରମ୍ଭ ହେବ ପାଠପଢା । ଏହି ସମ୍ପର୍କରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟରେ କୋଭିଡ ସ୍ଥିତି କ୍ରମାଗତ ଭାବେ ହ୍ରାସ ଘଟିବାରେ ଲାଗିଛି । କୋଭିଡ ପ୍ରବାହ ରାଜ୍ୟର ଛାତ୍ରଛାତ୍ରୀଙ୍କ ଉପରେ ବିଶେଷ ପ୍ରଭାବ ପକାଇଛି । ତେଣୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରଛନ୍ତି ।

chief secretary school open

ପ୍ରେସ ବିବୃତି ମାଧ୍ୟମରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ପିଲାମାନେ ଅଫଲାଇନ କିମ୍ବା ଅନଲାଇନରେ କ୍ଲାସ କରିପାରିବେ । କୋଭିଡ କଟକଣା ଭିତରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିର୍ଦେଶ ରହିଛି । ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ଗାଇଡଲାଇନ୍ ଅନୁଯାୟୀ କ୍ଲାସ ହେବ । ସବୁ ହଷ୍ଟେଲ ଖୋଲିବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଦରକାର ପଡିଲେ ଖରାଛୁଟିର ଅବଧି କମାଇବା ସହିତ ଅଧିକ ପାଠ ପଢା ପାଇଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି କଲେଜ, ଟେକ୍ନିକାଲ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିବ ।

ସୂଚନା ଯୋଗ୍ୟ ଯେ ରାଜ୍ୟରେ ଚଳିତ ବର୍ଷ ଜାନୁୟାରୀ ପ୍ରଥମ ସପ୍ତାହରୁ ସ୍କୁଲ ଖୋଲାଯିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । ତେବେ ଠିକ ସେହି ସମୟରେ କୋଭିଡର 3ୟ ଲହର ମାଡି ଆସିଲା ରାଜ୍ୟକୁ । ଦୈନିକ ସଂକ୍ରମଣ ବଢୁଥିବା ଦେଖି ସ୍କୁଲ ଖୋଲାଯିବା ନିଷ୍ପତ୍ତିକୁ ବାତିଲ କରିଥିଲେ ସରକାର। ଏପରିକି ଉଚ୍ଚ ଶିକ୍ଷା ପଥପଢା ମଧ୍ୟ ବନ୍ଦ କରିବାକୁ ପଡିଥିଲା। ସମ୍ପ୍ରତି ଗୋଟିଏ ସପ୍ତାହ ହେଲା ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହାର କ୍ରମଶଃ ହ୍ରାସ ପାଉଥିବା ଯୋଗୁ ଶିକ୍ଷାନୁଷ୍ଠାନ ଖୋଲାଯିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+