ନଭେମ୍ବର ୧୫ ତାରିଖରୁ ଖୋଲିବ ୬ଷ୍ଠ ଓ ୭ମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ସ୍କୁଲ
ଭୁବନେଶ୍ବର: ନଭେମ୍ବର ୧୫ ତାରିଖରୁ ୬ଷ୍ଠ ଓ ୭ମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ସ୍କୁଲ ଖୋଲାଯିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସକାଳ ୯ଟା ୩୦ରୁ ୧ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବା ସମୟ ରହିବ। ଏଥି ମଧ୍ଯରୁ ୩ ଘଣ୍ଟା ପାଠ ପଢିବା ସମୟ ରହିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ପାଇଁ ଏହି ନିୟମ ଲାଗୁ ହେବ।

ପୂର୍ବରୁ ରାଜ୍ୟ ସରକାର ସ୍କୁଲ୍ ଖୋଲିବା ନେଇ ଜାରି କରିଥିବା ସ୍ବତନ୍ତ୍ର ମାର୍ଗଦର୍ଶିକା ୬ଷ୍ଠ ଓ ୭ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ କାର୍ଯ୍ଯକାରୀ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲକୁ ଆସି ପାଠ ପଢିବା ପାଇଁ ନିୟମରେ କୋହଳ କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବଭଳି ଅନଲାଇନ ମାଧ୍ୟମରେ ପାଠପଢିବାକୁ ଆଗ୍ରହ କରିବେ ସେମାନେ ଅବିଭାବକଙ୍କ ନିଷ୍ପତ୍ତି ଅନୁସାରେ ଅନଲାଇନରେ ପାଠ ପଢା ଜାରି ରଖି ପାରିବେ।












Click it and Unblock the Notifications