ମୋ ସ୍କୁଲ ଅଭିଯାନ: ୧୭ କୋଟି ୭୯ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ
ଭୁବନେଶ୍ୱର : "ମୋ ସ୍କୁଲ୍ ଅଭିଯାନ'ର ୩୦ତମ କାର୍ଯ୍ୟର୍ନିବାହୀ ପରିଷଦ ବୈଠକ ମଙ୍ଗଳବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ଭର୍ଚୁଆଲ୍ ମୋଡ୍ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୧୭ କୋଟି ୭୯ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛିା ଗତ ୧ ମାସ ମଧ୍ୟରେ ୯ ହଜାରରୁ ଊ-ର୍ ପୁରାତନ ଛାତ୍ରଛାତ୍ରୀ "ମୋ ସ୍କୁଲ୍ ଅଭିଯାନ' ସହ ଯୋଡ଼ି ହୋଇଥିବାବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୪ କୋଟି ୨୮ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତିା ବାଲେଶ୍ୱରରେ ସର୍ବାଧିକ ୧ କୋଟି ୯୦ ଲକ୍ଷ, ବଲାଙ୍ଗୀରରେ ୨୩ ଲକ୍ଷ ୨୦ ହଜାର, କଟକରେ ୧୯ ଲକ୍ଷ ୨୬ ହଜାର, ଢେଙ୍କାନାଳରେ ୧୬ ଲକ୍ଷ ୫୭ ହଜାର ଏବଂ ଯାଜପୁରରେ ୧୪ ଲକ୍ଷ ୩୪ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତିା ବର୍ତ୍ତମାନ ସୁଦ୍ଧା ମୋଟ ୬ ଲକ୍ଷ ୧୬ ହଜାର ପୁରାତନ ଛାତ୍ରଛାତ୍ରୀ "ମୋ ସ୍କୁଲ୍ ଅଭିଯାନ'ରେ ସାମିଲ ହୋଇଛନ୍ତି ।
- ଯୋଡ଼ିହେଲେ ୬.୧୬ ଲକ୍ଷ ପୁରାତନ ଛାତ୍ରଛାତ୍ରୀ
- ବାଲେଶ୍ୱରରେ "ମୋ ସ୍କୁଲ୍ ଅଭିଯାନ'କୁ ବିପୁଳ ସଫଳତା
- ଦ୍ୱିତୀୟ ପର୍ଯ୍ୟାୟରେ ରୂପାନ୍ତରୀକରଣ ହେବ ୩୩୬୫ ସ୍କୁଲ୍
- ରୂପାନ୍ତରୀକର ଣ ପ୍ରକ୍ରିୟାରେ ଗୋଷ୍ଠୀ ସହଭାଗିତାକୁ ଗୁରୁତ୍ୱ
- ଦ୍ୱିତୀୟ ପର୍ଯ୍ୟାୟରେ ୩୦ ଜିଲ୍ଲାରେ ହେବ ୩୮୪୯ଟି ଲର୍ଣ୍ଣିଂ କ୍ୟାମ୍ପ୍
- ଡିଜିଟାଲ୍ ସ୍କିଲରେ ଦକ୍ଷ ହେଲେଣି ୧ ହଜାରରୁ ଊ-ର୍ ଶିକ୍ଷକ
ଅନ୍ୟପକ୍ଷରେ ବିଭିନ୍ନ ସିଏସ୍ଆର୍ ପାରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ "ମୋ ସ୍କୁଲ୍ ଅଭିଯାନ'କୁ ୧ କୋଟି ୬୬ ଲକ୍ଷ ୫୦ ହଜାର ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍ଆର୍ ପା ଅନୁଦାନ ସହ ରାଜ୍ୟ ସରକାର ଙ୍କ ଦୁ ଇଗୁଣା ଆଥିର୍କ ସହାୟତାକୁ ମିଶାଇ ମୋଟ ୧୭ କୋଟି ୭୯ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟର୍ନିବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛିା ବାଲେଶ୍ୱର ଜିଲ୍ଲାରେ ଚଳିତଥର ମଧ୍ୟ ପୁରାତନ ଛାତ୍ରଛାତ୍ରୀମାନେ ସର୍ବାଧିକ ଆଥିର୍କ ଅନୁଦାନ ପ୍ରଦାନ କରିଛନ୍ତିା ଏହି ଜିଲ୍ଲାରେ "ମୋ ସ୍କୁଲ୍ ଅଭିଯାନ'କୁ ବିପୁଳ ସମର୍ଥନ ମିଳିଥିବାବେଳେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ମୋ ସ୍କୁଲ୍ ଅଭିଯାନ'ର ସଫଳ କାର୍ଯ୍ୟାନ୍ୱୟନ ପାଇଁ ପ୍ରଚେଷ୍ଟା ଜାରି ରହିଛି । "ମୋ ସ୍କୁଲ୍ ଅଭିଯାନ' ଅନ୍ତର୍ଗତ ସ୍କୁଲ୍ ଆଡପ୍ଶନ୍ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ଇତିମଧ୍ୟରେ ୭୮୩ ସ୍କୁଲ୍ରେ ମେଣ୍ଟର, ପୁରାତନ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପ୍ରଧାନଶିକ୍ଷକମାନଙ୍କୁ ନେଇ ଭର୍ଚୁଆଲ୍ ବୈଠକର ଆୟୋଜନ କରାଯାଇଛି ।
ଏବେସୁଦ୍ଧା ୧୩୨୯ ଜଣ ମେଣ୍ଟର ରାଜ୍ୟର ୧୩୬୪ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ କରିଛନ୍ତି । ରାଜ୍ୟ ସରକାରଙ୍କ "୫-"ଟି'- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମ'ର ୨ୟ ପର୍ଯ୍ୟାୟରେ ମୋଟ ୩୩୬୫ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ କରିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଏଥିଲାଗି ଆବଶ୍ୟକ ଆଥିର୍କ ସହାୟତା ତୁରନ୍ତ ଯୋଗାଇଦେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛିା ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବାକୁ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳମାନଙ୍କୁ ଏକ ଆଡ୍ଭାଇଜରୀ ତଥା ପରାମର୍ଶନାମା ଜାରି କରାଯାଇଛିା ଭିତ୍ତିଭୂମି ବିକାଶ ସହ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶକୁ ଗୁରୁତ୍ୱ ଦିଆଯାଇଛିା ଇ-ଲାଇବ୍ରେରୀ ଏବଂ ସାଇନ୍ସ ଲାବୋରୋଟୋରୀର ପରିଚାଳନା ପାଇଁ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ଭାବରେ ତାଲିମ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଡିଜିଟାଲ୍ କ୍ଷେତ୍ରରେ ଦକ୍ଷତା ବିକାଶ ଲାଗି ଏବେ ସୁଦ୍ଧା ଅଧିକାଂଶ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛିା ବର୍ତ୍ତମାନ ସୁଦ୍ଧା ୧୪ଟି ଜିଲ୍ଲାର ୪୭୨ ସ୍କୁଲର ୧୦୦୪ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଡିଜିଟାଲ ସ୍କିଲ୍ କ୍ଷେତ୍ରରେ ପ୍ରଶିକ୍ଷିତ କରାଯାଇଛିା ଆଗାମୀ ଦିନରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତିା ୫-"ଟି' ହାଇସ୍କୁଲ୍ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୬ଟି ଟାସ୍କ ଫୋର୍ସ ଗଠନ କରାଯାଇଥିଲାା ଉକ୍ତ ଟାସ୍କଫୋର୍ସର ପରାମର୍ଶଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ପୁରାତନ ଛାତ୍ରଛାତ୍ରୀଙ୍କୁ ସାମିଲ୍ କରିବାକୁ କାର୍ଯ୍ୟର୍ନିବାହୀ ପରିଷଦ "ମୋ ସ୍କୁଲ୍' କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗୋଷ୍ଠୀ ସହଭାଗିତାକୁ ଉତ୍ସାହିତ କରିବାକୁ ପୁରାତନ ଛାତ୍ରଛାତ୍ରୀଙ୍କ ନେତୃତ୍ୱରେ ରୂପାନ୍ତରିତ ବିଦ୍ୟାଳୟଗୁିକରେ ଅଭିଭାବକ, ସ୍କୁଲ୍ ପରିଚାଳନା କମିଟି ସଦସ୍ୟ ଏବଂ ସ୍ଥାନୀୟ ଲୋକ ତଥା ଗ୍ରାମବାସୀଙ୍କୁ ନେଇ ନିୟମିତ ବ୍ୟବଧାନରେ ବୈଠକ କରିବାକୁ କୁହାଯାଇଛିା ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକ ଯେପରି ଉତ୍କର୍ଷ ଶିକ୍ଷାନୁଷ୍ଠାନରେ ପରିଣତ ହୋଇପାରିବେ ସେ ଦିଗରେ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଏବଂ ସ୍ଥାନୀୟ ଲୋକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବ । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀଙ୍କ ପଢିବା ଅଭ୍ୟାସ ବଜାୟ ରଖିବା ଏବଂ ସେମାନଙ୍କୁ ପୁସ୍ତକ ପ୍ରତି ପୁଣିଥରେ ଆକୃଷ୍ଟ କରିବାକୁ "ମୋ ସ୍କୁଲ୍' ପକ୍ଷରୁ ଆୟୋଜିତ ହେଉଥିବା ଲର୍ଣ୍ଣିଂ କ୍ୟାମ୍ପ୍ ଏବେ ସୁଦ୍ଧା ୧୬ଟି ଜିଲ୍ଲାର ୧୧୫୧ ସେଣ୍ଟରରେ ଆୟୋଜିତ ହୋଇଯାଇଛିା ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ୩୦ଟି ଜିଲ୍ଲାର ୩୮୪୯ଟି ସେଣ୍ଟରରେ ଏହି କ୍ୟାମ୍ପ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛିା କାର୍ଯ୍ୟରେ ସ୍ୱଚ୍ଛତା ଆଣିବାକୁ ପ୍ରୋଜେକଫ ମନିଟରିଂ ଓ ଅଡିଟ୍ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ସ୍ୱତନ୍ତ୍ର ଅଡିଟ୍ ଟିମ୍ ଦ୍ୱାରା ଏହା ମଧ୍ୟରେ ୧୩ଟି ଜିଲ୍ଲା ଏବଂ ୨୨୭ଟି ସ୍କୁଲ୍ ଆକାଉଣ୍ଟର ଅଡିଟ୍ କରାଯାଇଛିା ଆଗାମୀ ଦିନରେ ୩୦ ପ୍ରତିଶତ ପ୍ରକଳ୍ପ ବିଦ୍ୟାଳୟର ଆକାଉଣ୍ଟ୍ ଅଡିଟ୍ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications