Get Updates
Get notified of breaking news, exclusive insights, and must-see stories!

କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, କଲେଜ କ୍ୟାମ୍ପସରେ ମିଳିବ ମାଗଣା WiFi

ଭୁବନେଶ୍ୱର: କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ଛାଚ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ଆଣିଛନ୍ତି । ଯାହା ସେମାନଙ୍କ ବିକାଶରେ ସହାୟକ ହେବ ।

ଏଣିକି କଲେଜ କ୍ୟାମ୍ପସରେ ମାଗାଣା ଇଣ୍ଟରନେଟର ସୁବିଧା ପାଇବେ ପିଲା । କଲେଜ କ୍ୟାମ୍ପସରେ ଏଣିକି ମିଳିବ ମାଗଣା WiFi । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସୂଚନା ଦେଇଛନ୍ତି । ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Free WiFi

ଖବର ଅନୁସାରେ, ଦିନକୁ ଏକ ଜିବି ଡାଟା ସୁବିଧା ପାଇବେ କଲେଜ ପଢୁଆ ଛାତ୍ରଛାତ୍ରୀ । ଚଳିତ ଶିକ୍ଷା ବର୍ଷରୁ ମିଳିବ ୱାଇଫାଇ ସେବା । ଡାଟା ଯୋଗାଇବାକୁ ଆଇଟି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ସେବା ଉପଲବ୍ଧ ହେବା ଦ୍ୱାରା ୮ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କୁହାଯାଉଛି ।

କଲେଜରେ ମାଗଣା ଇଣ୍ଟରନେଟ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣରେ ସହାୟକ ହେବ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘୋଷଣା ପରେ ସମସ୍ତେ ସନ୍ତୋଷ ପ୍ରକାଶ କରିଛନ୍ତି । କଲେଜରେ ୱାଇଫାଇ ଲାଗିବା ଦ୍ବାରା ଅଧିକ ଜ୍ଞାନ ଆରୋହଣ କରିହେବ । କେବଳ ସେତିକି ନୁହେଁ, ଡାଉଟ ମଧ୍ଯ କ୍ଲିଅର ହେବ ବୋଲି ଛାତ୍ରଛାତ୍ରୀମାନେ ପ୍ରତିକ୍ରିୟା ଦେଇଛନ୍ତି । ସମସ୍ତେ ଘରେ ୱାଇଫାଇ ଲଗାଇବାରେ ସମର୍ଥ ନୁହଁନ୍ତି । ଏହି ନିଷ୍ପତ୍ତି ଫଳରେ ଏବେ କଲେଜ ଯିବା ସମୟରେ ଛାତ୍ରଛାତ୍ରୀମାନଙ୍କୁ ସୁବିଧା ମିଳିପାରିବ ବୋଲି କହିଛନ୍ତି ଅଭିଭାବକ । ପରୀକ୍ଷା ସମୟରେ ପିଲାମାନେ ଆଉ ଚିନ୍ତା କରିବେନି ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+