ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆଉ ଏକ ବଡ ନିଷ୍ପତ୍ତି। ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ୟୁନିଫର୍ମ ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି ।

ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ମାଗଣା ୟୁନିଫର୍ମ ପ୍ରଦାନ କରାଯାଉଥିବା ବେଳେ ଏବେ ଏଥିରେ ସାମିଲ ହେବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଚଳିତ ୨୦୨୩-୨୪ ଶିକ୍ଷା ବର୍ଷରୁ ରାଜ୍ୟରେ 'ମୁଖ୍ୟମନ୍ତ୍ରୀ ଶିକ୍ଷକ ପରିଧାନ ଯୋଜନା' ଆରମ୍ଭ ହେବାକୁ ଯାଉଛି । ଏହି ଯୋଜନା ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ଯୋଗାଇ ଦିଆଯିବ । ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ଅର୍ଥରାଶି ୬ ଶହରୁ ୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

School Uniform

ରାଜ୍ୟର ସମସ୍ତ ପିଲାଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଏପରି ନିଷ୍ପତ୍ତି ନିଆ ଯାଇଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଚଳିତ ଶିକ୍ଷା ବର୍ଷରୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ପରିଧାନ ଯୋଜନାରେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ୟୁନିଫର୍ମ ପ୍ରଦାନ କରାଯିବ। ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଯୋଜନାରେ ସାମିଲ ହେବେ।

ଏଥିସହିତ ଚଳିତ ବର୍ଷଠାରୁ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରେ ଛାତ୍ରଛାତ୍ରୀଙ୍କ ସାଇକେଲ ଆବଣ୍ଟନ ଅର୍ଥରାଶି ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ ସାଇକେଲ ବାବଦକୁ ଛାତ୍ରଛାତ୍ରୀଙ୍କୁ ୨୬୦୦ ଟଙ୍କା ମିଳୁଥିବା ବେଳେ ଏବେ ୩୫୦୦ ଟଙ୍କା ଦିଆଯିବ । ୨୦୨୩ ସୁଦ୍ଧା ସମସ୍ତ ସ୍କୁଲରେ ଆଇଟି ଲ୍ୟାବ ପ୍ରତିଷ୍ଠା କରାଯିବ । ଦ୍ୱିତୀୟରୁ ଦଶମ ଶ୍ରେଣୀ ପିଲାଙ୍କୁ ନୋଟ୍ ବୁକ୍ ପ୍ରଦାନ କରାଯିବ । ରାଜ୍ୟରେ ୧୦୬ଟି ନୂଆ ହାଇସ୍କୁଲ ଖୋଲାଯିବା ସହିତ ଯୁକ୍ତ ଦୁଇ ସିଟ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ଖୁବଶୀଘ୍ର ପ୍ରାଥମିକ ସ୍କୁଲ ପିଲାଙ୍କୁ ପାଠ୍ୟ ପୁସ୍ତକ ପ୍ରଦାନ କରାଯିବ । ଏଥିସହିତ ରାଜ୍ୟରେ ବଢ଼ୁଥିବା ଡ୍ରପଆଉଟ୍ ହାରକୁ ହ୍ରାସ କ୍ଷେତ୍ରରେ ଉଦ୍ୟମ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+