ପୁରୀ ଜିଲ୍ଲାରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ
ପୁରୀ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଉ ୨ ଦିନ ସ୍କୁଲ ବନ୍ଦ । ସୋମବାର ଓ ମଙ୍ଗଳବାର ବନ୍ଦ ରହିବ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍କୁଲ । ପାଣି ଘେରରେ ଥିବା ସ୍କୁଲ ଗୁଡ଼ିକର ଛୁଟି ଆଉ ୨ ଦିନ ବଢିଲା ।
ପୁରୀ: ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଉ ୨ ଦିନ ସ୍କୁଲ ବନ୍ଦ । ସୋମବାର ଓ ମଙ୍ଗଳବାର ବନ୍ଦ ରହିବ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍କୁଲ । ପାଣି ଘେରରେ ଥିବା ସ୍କୁଲ ଗୁଡ଼ିକର ଛୁଟି ଆଉ ୨ ଦିନ ବଢିଲା । ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ତେବେ ଅନ୍ୟ ବନ୍ୟା ପ୍ରଭାବିତ ଜିଲ୍ଲାରେ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି କହିଲେ ମନ୍ତ୍ରୀ ।

ସୂଚନାଯୋଗ୍ୟ, ଦୟା, ମକରା, କୁଶଭଦ୍ରା, ଧନୁଆର ବନ୍ୟାଜଳ ପୁରୀ ଜିଲ୍ଲାକୁ ବୁଡ଼ାଇବା ପରେ ଗାଁ ଗଣ୍ଡାରେ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। କଣାସ, ଗୋପ, ନିମାପଡ଼ା, ପିପିଲି, ଡେଲାଙ୍ଗ ଆଦି ବ୍ଲକ୍ର ୪ଶହରୁ ଅଧିକ ଗାଁ ଏବେ ବନ୍ୟାଜଳ ଭିତରେ। ତେଣୁ ଲୋକଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଲୋକଙ୍କ ପାଖରେ ରନ୍ଧା ଖାଦ୍ୟ ପହଞ୍ଚି ପାରୁ ନାହିଁ। ସେହିପରି ଅନ୍ୟ କୌଣସି ମୌଳିକ ସୁବିଧା ମିଳୁ ନଥିବା ଅଭିଯୋଗ ହେଉଛି। ଲୋକେ ଘରେ ସଞ୍ଚିତ ଶୁଖିଲା ଖାଦ୍ୟ ଭୋକର ଜ୍ବାଳା ମେଣ୍ଟାଉଛି। ଭୋକଠାରୁ ଶୋଷର ଜ୍ବାଳା ଦ୍ବିଗୁଣିତ ହୋଇଯାଇଛି। ଗାଁ ଗଣ୍ଡା, କୂଅ, ଟ୍ୟୁବୱେଲ ସବୁକିଛି ଜଳମଗ୍ନ ଥିବାରୁ ଲୋକେ ପିଇବା ପାଣି ମୁନ୍ଦିଏ ପାଇଁ ଧନ୍ଦି ହେଉଛନ୍ତି।












Click it and Unblock the Notifications