‘ନୈତିକତା ଓ ମୂଲ୍ୟବୋଧ’ର ପାଠ ପଢିବେ କଲେଜ ଛାତ୍ରଛାତ୍ରୀ, ୨୫ ମାର୍କର ହେବ ପରୀକ୍ଷା
ଏଣିକି କଲେଜ୍ ଓ ବିଶ୍ୱବିଦ୍ୟାଳୟର ୟୁଜି ପାଠ୍ୟକ୍ରମରେ ଯୋଡି ହେବ ନୈତିକ ଶିକ୍ଷା ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ । +୩ରେ ବାଧ୍ୟତାମୂଳକ ବିଷୟ ଭାବେ ସାମିଲ କରାଯିବ ।
ଭୁବନେଶ୍ୱର: ଏଣିକି କଲେଜ୍ ଓ ବିଶ୍ୱବିଦ୍ୟାଳୟର ୟୁଜି ପାଠ୍ୟକ୍ରମରେ ଯୋଡି ହେବ ନୈତିକ ଶିକ୍ଷା ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ । +୩ରେ ବାଧ୍ୟତାମୂଳକ ବିଷୟ ଭାବେ ସାମିଲ କରାଯିବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ ଏବଂ ବିଭାଗୀୟ ଅଧିକାରୀ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, କଲେଜ୍ ଗୁନିକର ଅଧ୍ୟକ୍ଷଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ ହୋଇଥିଲା ।

ଏନେଇ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ 'ନୈତିକତା ଓ ମୂଲ୍ୟବୋଧ' ବା 'ଏଥିକ୍ସ ଆଣ୍ଡ ଭାଲ୍ୟୁଜ୍' ନାମରେ ବହି ପ୍ରସ୍ତୁତ କରାଯାଇଛି। ଆଜି ପରିଷଦର କାର୍ଯ୍ୟାଳୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଉପସ୍ଥିତିରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି। ଏହାର ଭିଡ଼ିଓ ଲେକ୍ଚର ସହ ପରିଷଦ ୱେବସାଇଟରେ ବହିର ଡିଜିଟାଲ ଭର୍ସନ ଉପଲବ୍ଧ କରାଯାଇଛି।
'ନୈତିକତା ଓ ମୂଲ୍ୟବୋଧ' ବିଷୟରେ ୬ଟି ୟୁନିଟ ରହିଛି। ୟୁଜିର ସବୁ ଷ୍ଟ୍ରିମ୍ରେ ଏହା ବାଧ୍ୟତାମୂଳକ ହୋଇଥିବା ବେଳେ ସମସ୍ତ ୬ଟି ସେମିଷ୍ଟାରରେ ୨୫ ମାର୍କ ଲେଖାଏଁର ପରୀକ୍ଷା ହେବ। ଚଳିତ ଶିକ୍ଷାବର୍ଷରୁ ୟୁଜି ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବ।












Click it and Unblock the Notifications