‘ଇ-ଲେକଚର୍’ ପୋର୍ଟାଲରେ ଭର୍ଚୁଆଲ୍ ମୋଡରେ ପାଠ ପଢ଼ିବେ +୩ ଛାତ୍ରଛାତ୍ରୀ

ଭର୍ଚୁଆଲ୍‍ ପାଠ ପଢ଼ିବେ ଅଣ୍ଡର ଗ୍ରାଡୁଏଟେଡ ଛାତ୍ରଛାତ୍ରୀ । ୟୁଜି ଛାତ୍ରଛାତ୍ରୀଙ୍କ ପାଇଁ ‘ଇ-ଲେକଚର୍’ ପୋର୍ଟାଲ ପ୍ରସ୍ତୁତ ହୋଇଛି ।

ଭୁବନେଶ୍ୱର: ଭର୍ଚୁଆଲ୍‍ ପାଠ ପଢ଼ିବେ ଅଣ୍ଡର ଗ୍ରାଡୁଏଟେଡ ଛାତ୍ରଛାତ୍ରୀ । ୟୁଜି ଛାତ୍ରଛାତ୍ରୀଙ୍କ ପାଇଁ 'ଇ-ଲେକଚର୍' ପୋର୍ଟାଲ ପ୍ରସ୍ତୁତ ହୋଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ସ୍ନାତକ(ୟଜି) ପିଲାଙ୍କ ପାଠପଢ଼଼ା ଉପରେ ଧ୍ୟାନ ଦିଆଯାଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ଶ୍ରେଣୀର ପିଲାଙ୍କ ଲାଗି ବ୍ୟବସ୍ଥା କରାଯିବ। ଇ-ଲେକ୍ଚର୍ ପୋର୍ଟାଲକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଗୁରୁବାର ଶଭୁାରମ୍ଭ କରିଛନ୍ତି ।

e-lecture portal

ତେବେ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ଏହି ପୋର୍ଟାଲରୁ ସେମାନଙ୍କ ବିଷୟ ଅନୁଯାୟୀ ଭର୍ଚୁଆଲ ଭାବେ ସେମାନଙ୍କ ସିଲାବାସ ପଢ଼଼ି ପାରିବେ। ଏଥିଲାଗି ଛାତ୍ରଛାତ୍ରୀଙ୍କୁ https://vtputkal.odisha.gov.in ରେ 'ଇ-ଲେକଚର୍' ବିକଳ୍ପକୁ ଚୟନ କରିବାକୁ ହେବ।

ସୂବଚନାଯୋଗ୍ୟ, ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା) ଅନ୍ତର୍ଗତ ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରକଳ୍ପ ଜରିଆରେ ୫ କୋଟି ବ୍ୟୟରେ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଅର୍ଥ ପ୍ରଦାନ କରିଥିଲେ। ତେବେ ବିଭିନ୍ନ ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ବିଷୟରେ ଇ-ଲେକ୍ଚର ପ୍ରସ୍ତୁତ ସ୍ତୁ କରିବା ନିମନ୍ତେ ଉତ୍କଳ ବିଶ୍ୱବିଦ୍ୟାଳୟର ଦୂର-ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟ (ଡିଡିସିଇ)ଠାରେ ଏକ ଷ୍ଟୁଡିଓ ନିର୍ମା ଣ କରାଯାଇଛି। ଏହାକୁ ଛାତ୍ରଛାତ୍ରୀଙ୍କ ନିକଟରେ ସହଜରେ ଉପଲବ୍ଧ କରାଇବା ପାଇଁ ଏନ୍ଆଇସ ଦ୍ୱାରା ବିକଶିତ କରାଯାଇଛି । ତେବେ ଏହି ବ୍ୟବସ୍ଥା ଦ୍ୱାରା ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଉପକୃତ ହେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+