ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସରରେ ନାଚ-ଗୀତିର ଆସର: କିଏ ଦେଲା ଅନୁମତି ?
ରାଜ୍ୟରେ ଓମିକ୍ରନ ଭୟର ବାତାବରଣ ମଧ୍ୟରେ ଗତକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରୁରୁ ଆସିଥିବା ଚିତ୍ର ଆପଣଙ୍କୁ ନିଶ୍ଚୟ ଚମକାଇ ଦେବ ।
କଟକ: ଧୁମ ନାଚିଲେ । ଧୂଆଁ-ଧୂଳି ଉଡାଇ ଦେଲେ । ଭୁଲିଗଲେ କୋଭିଡ ନିୟମ । କୋଭିଡ ନିୟମ ତ ଦୂରର କଥା ଏମାନଙ୍କୁ ତ କରୋନା ନୂଆ ଭାରିଆଣ୍ଟ ଓମିକ୍ରନର ବି ଭୟ ନାହିଁ । ତେବେ ରାଜ୍ୟରେ ଓମିକ୍ରନ ଭୟର ବାତାବରଣ ମଧ୍ୟରେ ଗତକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରୁରୁ ଆସିଥିବା ଚିତ୍ର ଆପଣଙ୍କୁ ନିଶ୍ଚୟ ଚମକାଇ ଦେବ ।

ରେଭେନ୍ସା ବିଶ୍ୱବିଦ୍ୟାଳୟ ବାର୍ଷିକ କ୍ରୀଡା ମହୋତ୍ସବ ପାଳନ ବେଳେ ଏକାଠି ହୋଇଥିଲେ ହଜାର ହଜାର ଛାତ୍ରଛାତ୍ରୀ । ଆଉ ନାଚଗୀତ ବି କରିଥିଲେ । ରାତିରେ ଖେଳପଡିଆରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ । ଆଉ ଏଥିରେ ହଜାର ହଜାର ପିଲା ଏକାଠି ହୋଇ ନାଚ ଗୀତ କରୁଥିବାର ଦେଖିବାକୁ ମିଳିଥିଲା । କାହାରି ମୁହଁରେ ମାସ୍କ ନଥିଲା କି କେହି ସାମାଜିକ ଦୂରତା ମାନୁନଥିବା ଭିଡିଓରେ ଦେଖିବାକୁ ମିଳିଥିଲା ।
କହିରଖୁ କି, ସାରା ଦେଶରେ ଏବେ ଓମିକ୍ରନ ଭୟ । ଆମ ରାଜ୍ୟରେ ମଧ୍ୟ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ଏହାକୁ ଦୃଷ୍ଟିରେ ରଖି ସରକାର କୋଭିଡ ନିୟମକୁ କଡାକଡି କରିଛନ୍ତି । ଜନଗହଳିକୁ ଏଡାଇବା ପାଇଁ କଡା ପଦକ୍ଷପ ଗ୍ରହଣ କରାଯାଉଛି । ହେଲେ ଗତକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରୁରୁ ଆସିଥିବା ଏହି ଚିତ୍ର ଜିଲ୍ଲା ପ୍ରଶାସନ ଆଗରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଠି ପ୍ରଶ୍ନ ଉଠୁଛି, କିଏ ଦେଲା ଏମାନଙ୍କୁ ଅନୁମତି । କେଉଁଠି ଶୋଇଥିଲା ଜିଲ୍ଲା ପ୍ରଶାସନ ।












Click it and Unblock the Notifications