କିଛି ଦ୍ୱନ୍ଦ୍ୱ ନାହିଁ; 'ଜାନୁୟାରୀ ୩ ତାରିଖରୁ ହିଁ ଖୋଲିବ ପ୍ରାଥମିକ ବିଦ୍ୟାଳୟ'
ଆସନ୍ତା ୩ ତାରିଖରୁ ହିଁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେବା ସହ ଦ୍ୱନ୍ଦ୍ୱ ଦୂର କରିଛନ୍ତି।
ଭୁବନେଶ୍ବର: ଆସନ୍ତା ୩ ତାରିଖରୁ ହିଁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେବା ସହ ଦ୍ୱନ୍ଦ୍ୱ ଦୂର କରିଛନ୍ତି।

ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ଯେ, ନୋଡାଲ ଅଫିସରମାନେ ଜିଲ୍ଲା ବୁଲୁଛନ୍ତି। ସଚିବ ଡିଇଓ ଓ ବିଇଓମାନଙ୍କର ବୈଠକ ନେଇଛନ୍ତି । ସ୍କୁଲ ଖୋଲିବା ପରେ ଆସନ୍ତା ୪ ତାରିଖରେ ଫଲ୍ ଆଉଟ୍ ସମ୍ପର୍କରେ ମୁଁ ମଧ୍ୟ ଡିଇଓମାନଙ୍କର ବୈଠକ ନେବି। ଯିଏ ଚାହିଁବେ ଅନଲାଇନରେ ପଢ଼ିବେ ।
ସୂଚନାଥାଉ କି, ସ୍କୁଲ୍ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି ନିକଟରେ DMET ରମାରମଣ ମହାନ୍ତି କହିଥିଲେ। ପୂର୍ବର ସ୍ଥିତିକୁ ଦେଖି ସରକାର ସ୍କୁଲ୍ ଖୋଲିବା ନିଷ୍ପତ୍ତି ନେଇଥିଲେ। ସେତେବେଳେ ଓମିକ୍ରନ୍ ଆସିନଥିଲା କିମ୍ବା ସଂକ୍ରମିତ ସଂଖ୍ୟା ବଢ଼ି ନଥିଲା। ହେଲେ ଏବେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସ୍କୁଲ୍ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି DMET କହିଥିଲେ। ଏହାପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବ ନା ନାହିଁ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ହେଲେ ଏବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି।
ଭିତ୍ତିଭୂମିକୁ ନଜରରେ ନିଷ୍ପତ୍ତି ନିଆଯାଇଛି । ସ୍କୁଲ କ୍ୟାମ୍ପସ ବି ସ୍ୱଚ୍ଛ କରାଯାଇଛି। କରୋନା ସମ୍ପୂର୍ଣ୍ଣ ଭାବେ ଯାଇନି । ପିଲାଙ୍କୁ ଗହଳି ସ୍ଥାନରୁ ଦୁରେଇ ରଖିବାକୁ ଅଭିଭାବକ ମାନଙ୍କୁ ନିବେଦନ କରାଯାଇଛି । ଓମିକ୍ରନକୁ ଦୃଷ୍ଟିରେ ରଖି ସଂକ୍ରମଣମୁକ୍ତ ଶିକ୍ଷା ଲାଗି ବ୍ୟବସ୍ଥା ହୋଇଛି । ୨୦୨୨ରେ ପରୀକ୍ଷା ଠିକ୍ ସମୟରେ ହେବ ଓ ଫଳ ଠିକ୍ ସମୟରେ ପ୍ରକାଶ ପାଇବାକୁ ପ୍ରସ୍ତୁତି କରିଛି ଗଣଶିକ୍ଷା ବିଭାଗ। ପିଲାମାନେ ବି ପ୍ରସ୍ତୁତ ରୁହନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ।
କରୋନା ସଂକ୍ରମଣ ପାଇଁ ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ବନ୍ଦ ରହିବା ପରେ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ନିକଟରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଆସନ୍ତା ଜାନୁଆରୀ ମାସ ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ଲାଗି ନିଷ୍ପତ୍ତି ହୋଇଛି। ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ।












Click it and Unblock the Notifications