ଖୁସି ଖବର: ‘ମୁଖ୍ୟମନ୍ତ୍ରୀ ପରିଧାନ’ ଯୋଜନା, ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ଏହି ଦିନ ମିଳିବ ମାଗଣା ୟୁନିଫର୍ମ
କଟକ: ନବମ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ପୋଷକ ଓ ଜୋତା-ମୋଜା । ସମସ୍ତ ସରକାରୀ ହାଇସ୍କୁଲ୍ ତଥା ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ୍ରେ ପଢ଼ୁଥିବା ଛାତ୍ରଛାତ୍ରୀ ଏଥିରେ ସାମିଲ କରାଯିବ । 'ମୁଖ୍ୟମନ୍ତ୍ରୀ ପରିଧାନ' ଯୋଜନାରେ ହାଇସ୍କଲ୍ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ । ଚଳିତ ଶିକ୍ଷାବର୍ଷରୁ ଏହାକୁ କାର୍ଯ୍ୟକାରୀ କରାଯିବ ।
ପୋଷାକ ସଂଗ୍ରହ ଓ ବଣ୍ଟନ ପାଇଁ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମାନୁଫାକଚରିଂ ୟନିଟ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ଦାୟିତ୍ୱ ଦିଆଯାଇଛି । ଆସନ୍ତା ୧୫ ତାରିଖ ସୁଦ୍ଧା ସ୍କୁଲମାନଙ୍କୁ ପୋଷାକ ଯୋଗାଇ ଦିଆଯିବ । ଏସଂକ୍ରାନ୍ତରେ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଛି। ପୂର୍ବରୁ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପୋଷାକ ଓ ଜୋତା-ମୋଜା ପାଉଥିବା ବେଳେ ଏବେ ହାଇସ୍କୁଲ ପିଲାଙ୍କୁ ଏହି ସୁବିଧା ମିଳିବାକୁ ନେଇ ସରକାରୀ ହାଇସ୍କୁଲ୍ରେ ଉତ୍ସାହ ଦେଖା ଦେଇଛି ।

ଜଣେ ଛାତ୍ର/ଛାତ୍ରୀଙ୍କୁ ବର୍ଷକ ପାଇଁ ୨ହଳ ପୋଷାକ ଓ ଏକ ହଳ ଯୋତା, ଏକ ହଳ ମୋଜା ପ୍ରଦାନ କରାଯି ବ। ଛାତ୍ରଙ୍କ ପାଇଁ ଫୁଲ୍ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ପାଇଁ ଚୁଡ଼ିଦାର-ପଞ୍ଜାବୀ ପୋଷାକ ରହିଛି । ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପୋଷାକ ଓ ଜୋତା- ମୋଜା ଛାଛାଡ଼ି ଚଳିତବର୍ଷରୁ ଟି-ସାର୍ଟ, ଟ୍ରାକ୍ସୁଟ, ଆଇକାର୍ଡ ଓ ଟୋପି ମିଳିବ ।
ଏଥି ସହିତ ଚଳିତ ବର୍ଷଠାରୁ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରେ ଛାତ୍ରଛାତ୍ରୀଙ୍କ ସାଇକେଲ ଆବଣ୍ଟନ ଅର୍ଥରାଶି ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ ସାଇକେଲ ବାବଦକୁ ଛାତ୍ରଛାତ୍ରୀଙ୍କୁ ୨୬୦୦ ଟଙ୍କା ମିଳୁଥିବା ବେଳେ ଏବେ ୩୫୦୦ ଟଙ୍କା ଦିଆଯିବ । ସେହିପରି ୨୦୨୩ ସୁଦ୍ଧା ସମସ୍ତ ସ୍କୁଲରେ ଆଇଟି ଲ୍ୟାବ ପ୍ରତିଷ୍ଠା କରାଯିବ । ଦ୍ୱିତୀୟରୁ ଦଶମ ଶ୍ରେଣୀ ପିଲାଙ୍କୁ ନୋଟ୍ ବୁକ୍ ପ୍ରଦାନ କରାଯିବ । ରାଜ୍ୟରେ ୧୦୬ଟି ନୂଆ ହାଇସ୍କୁଲ ଖୋଲାଯିବା ସହିତ ଯୁକ୍ତ ଦୁଇ ସିଟ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ ।












Click it and Unblock the Notifications