ପ୍ରକାଶ ପାଇଲା OAS ପରୀକ୍ଷା ଫଳ: ତେଜସ୍ୱିନୀ ବେହେରା ଟପ୍ପର, ଟପ୍-୧୦ ରେ ୭ ଝିଅ
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦ ପରୀକ୍ଷା ଫଳ । ଶୁକ୍ରବାର ଓପିଏସସି ପକ୍ଷରୁ ୨୦୨୦ ବର୍ଷର ସିଭିଲ୍ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି ।
ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦ ପରୀକ୍ଷା ଫଳ । ଶୁକ୍ରବାର ଓପିଏସସି ପକ୍ଷରୁ ୨୦୨୦ ବର୍ଷର ସିଭିଲ୍ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ତେଜସ୍ୱିନୀ ବେହେରା ଓପିଏସସି ପରୀକ୍ଷାରେ ଟପ୍ପର ହୋଇଥିବାବେଳେ, ଟପ୍ -୩ ରାଙ୍କରେ ଝିଅ ମାନେ ହିଁ ଅଛନ୍ତି । ତେବେ ଟପ୍-୧୦ ତାଲିକାରେ ୭ ଜଣ ଝିଅ ଥିବାବେଳେ, ୩ ଜଣ ପୁଅ ଟପ୍-୧୦ ରାଙ୍କରେ ରହିଛନ୍ତି ।

ତେବେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ମୋଟ ୩୯୨ ଜଣ । ୩୯୨ ଜଣଙ୍କ ମଧ୍ୟରୁ ୧୪୮ ଜଣ ଛାତ୍ରୀ ରହିଛନ୍ତି । ତେବେ ତେଜସ୍ୱିନୀ ବେହେରା ୧ ନମ୍ବର ରାଙ୍କ ହାସଲ କରିଥିବା ବେଳେ ତାଲିକାର ଦ୍ୱିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେସ୍ନା ଦାସ । ଏହାସହ ତୃତୀୟ ସ୍ଥାନରେ ଅନନ୍ୟା ଶ୍ରିଷ୍ଠି ଶତପଥୀ । ଦେବବ୍ରତ କର ୪ର୍ଥ ସ୍ଥାନ ପାଇଥିବା ବେଳେ ଦେବବ୍ରତ ମହାରଣାଙ୍କୁ ପଞ୍ଚମ ସ୍ଥାନ । ଅଭିସ୍ମିତା ତିୱାରୀ ଷଷ୍ଠ, ଶୁଭଶ୍ରୀ ରଥ ୭ମ, ଶ୍ରୀତପା ମିଶ୍ର ୮ମ ସ୍ଥାନ ଅଧିକାର କରିଛନ୍ତି । ବିବେକାନନ୍ଦ ଷଡ଼ଙ୍ଗୀ ୯ମଓ ତପତି ରାଜଙ୍କୁ ଦଶମ ସ୍ଥାନ ମିଳିଛି । ସେହିପରି ୧୪ ନମ୍ୱର ସ୍ଥାନରେ କସ୍ତୁରୀ ପଣ୍ଡା, ୧୫ ନମ୍ୱରରେ ବିଭୂପ୍ରସାଦ ସିଂହ, ୧୬ ନମ୍ୱରରେ ବିଶ୍ୱଜିତ ପଣ୍ଡା, ୧୭ ନମ୍ୱରରେ ହରପ୍ରିୟା ପୃଷ୍ଟି, ୧୮ ନମ୍ୱରରେ ରାମକୃଷ୍ଣ ସତ୍ୟରାଜ ଗୁରୁ, ୧୯ ନମ୍ୱର ଅଣାକାର ନାୟକ, ୨୦ ନମ୍ୱରରଆ ଲିତୁସ୍ମିତା ମିଶ୍ର ଅଛନ୍ତି ।

ପ୍ରଥମ ପ୍ରୟାସରେ ଟପର ହୋଇଥିବା ତେଜସ୍ୱିନୀ ବେହେରା କହିଛନ୍ତି, ପ୍ରଥମ ହେବି ବୋଲି ଭାବି ନଥିଲି। କିନ୍ତୁ ଲିଷ୍ଟରେ ନାଁ ରହିବ ନିଶ୍ଚିତ ଥିଲି । ଅର୍ଥନୀତି ଏବଂ ଗୃହ ବିଜ୍ଞାନ ଅପ୍ସନାଲ ରଖିଥିଲି । JNUରେ ଅର୍ଥନୀତିରେ ପିଜି କରିବା ଦିନରୁ ପ୍ରସ୍ତୁତି ଚଳାଇଥିଲି। ପ୍ରସ୍ତୁତି କରିବା ପାଇଁ JNU ଭଲ ପରିବେଶ ଦେଇଥିଲା। ସାକ୍ଷାତକାର ପରୀକ୍ଷା ମାତ୍ର ୧୫ ମିନିଟ ଥିବାରୁ ଟିକେ ଆଶଙ୍କା ଥିଲା। ସାକ୍ଷାତକାରରେ ଅର୍ଥନୀତି ଓ ରାଜନୀତି ବିଷୟରେ ପ୍ରଶ୍ନ ଥିଲା ବୋଲି ତେଜସ୍ୱିନୀ କହିଛନ୍ତି।
ତେବେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ଲିଷ୍ଟ ଓପିଏସସି ଅଫିସିଆଲ୍ ୱେବସାଇଟରେ ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ ଏହି ୱେବସାଇଟକୁ ଯାଇ ନିଜର ରେଜଲ୍ଟ ଚେକ୍ କରିପାରିବେ ।












Click it and Unblock the Notifications