ଘୋଷଣା ହେଲା ଓଡ଼ିଶା ସିଭିଲ ସର୍ଭିସ୍-୨୦୨୧ ପ୍ରିଲିମ୍ ପରୀକ୍ଷା ତାରିଖ
ଘୋଷଣା ହେଲା ଓଡ଼ିଶା ସିଭିଲ ସର୍ଭିସ୍-୨୦୨୧ ପ୍ରିଲିମ୍ ପରୀକ୍ଷା ତାରିଖ । ଅକ୍ଟୋବର ୧୬ ତାରିଖ (ରବିବାର)ରେ ହେବ ପରୀକ୍ଷା ।
କଟକ: ଘୋଷଣା ହେଲା ଓଡ଼ିଶା ସିଭିଲ ସର୍ଭିସ୍-୨୦୨୧ ପ୍ରିଲିମ୍ ପରୀକ୍ଷା ତାରିଖ । ଅକ୍ଟୋବର ୧୬ ତାରିଖ (ରବିବାର)ରେ ହେବ ପରୀକ୍ଷା । ପରୀକ୍ଷା ପାଇଁ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ତାରିଖ ଘୋଷଣା କରିଛନ୍ତି । ରାଜ୍ୟର ୫ଟି ଜୋନରେ ହେବ ପରୀକ୍ଷା ।

୨ଟି ସିଟିଂରେ ପରୀକ୍ଷା କରାଯିବ। ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ୍ ପେପର୍ -୧ ରହିଛି । ଦିନ ୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଜେନେରାଲ୍ ଷ୍ଟଡିଜ୍ ପେପର୍-୨ ରହିଛି । ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ୪୦ ମିନିଟ ଅତିରିକ୍ତ ସମୟ ମିଳିବ । ରାଜ୍ୟର ୫ଟି ଜୋନ୍ ଅର୍ଥାତ ବାଲେଶ୍ୱର, ବ୍ରହ୍ମପୁର, ଭୁବେନଶ୍ୱର, କଟକ ଏବଂ ସମ୍ବଲପୁରରେ ଏହି ପରୀକ୍ଷା ହେବ ବୋଲି ଜଣାଯାଇଛି।
ଏ ସମ୍ପର୍କରେ ସବିଶେଷ ସୂଚନା OPSCର ୱେବସାଇଟ୍ରେ ଖୁବ ଶୀଘ୍ର ପ୍ରକାଶ ପାଇବ। ପ୍ରାର୍ଥୀ ୱେବସାଇଟକୁ ଯାଇ ଆଡମିଶନ ସାର୍ଟିଫିକେଟ ଡାଉନଲୋଡ କରିବାକୁ ଓପିଏସସି ପକ୍ଷରୁ କୁହାଯାଇଛି। ପ୍ରାର୍ଥୀ https://opsc.govt.in କୁ ଯାଇ ସବିଶେଷ ତଥ୍ୟ ପାଇପାରିବେ।












Click it and Unblock the Notifications