+ 2 ଆଡମିଟ୍ କାର୍ଡ଼ ପାଇଁ ବିଜ୍ଞପ୍ତି ଜାରି; ଜାଣନ୍ତୁ, କେମିତି କରିବେ ଡାଉନଲୋଡ ?
ଯୁକ୍ତ ଦୁଇ ପ୍ରାକ୍ଟିକାଲ ରେକର୍ଡ ସଂଗ୍ରହ ଓ ଆଡମିଟ କାର୍ଡ ଡାଉନଲୋଡ ପାଇଁ ସିଏଚଏସଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ୨୫ ତାରିଖରୁ SAMS ୱେବସାଇଟରୁ ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ଡାଉନ୍ଲୋଡ କରିପାରିବେ ।
ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରାକ୍ଟିକାଲ ରେକର୍ଡ ସଂଗ୍ରହ ଓ ଆଡମିଟ କାର୍ଡ ଡାଉନଲୋଡ ପାଇଁ ସିଏଚଏସଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ୨୫ ତାରିଖରୁ SAMS ୱେବସାଇଟରୁ ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ଡାଉନ୍ଲୋଡ କରିପାରିବେ । କୋଭିଡ ଗାଇଡଲାଇନ ମାନିବା ବାଧ୍ୟତାମୂଳକ କରାଯାଇଛି।

ତେବେ ଯଥାସମ୍ଭବ ସାମ୍ସ ୱେବସାଇଟ୍ରୁ ଆଡମିଟ କାର୍ଡ ଡାଉନ୍ଲୋଡ କରିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରାକ୍ଟିକାଲ ରେକର୍ଡ ବା ପ୍ରୋଜେକ୍ଟ ରେକର୍ଡ ଦାଖଲ ବେଳେ ମଧ୍ୟ ଏସ୍ଓପି ମାନି କଲେଜ ଯିବେ ଛାତ୍ରଛାତ୍ରୀ । ନିଜେ ନ ଯାଇ ପାରିଲେ ନିଜର ଆଇକାର୍ଡ ସହ ଅନ୍ୟ ଦ୍ୱାରା ପଠାଇ ପାରିବେ । ଆଡମିଟ୍ କାର୍ଡ ସଂଗ୍ରହ ଓ ପ୍ରାକ୍ଟିକାଲ ରେକର୍ଡ ଦାଖଲ ବେଳେ କୋଭିଡ ନିୟମ ମାନିବା ଜରୁରୀ ବୋଲି CHSE ପକ୍ଷରୁ କୁହାଯାଇଛି ।
ପ୍ରତ୍ୟେକ କାର୍ଯ୍ୟ ଦିବସରେ ତିନୋଟି ବ୍ୟାଚ୍ ପରୀକ୍ଷକଙ୍କ ପାଇଁ ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ବ୍ୟାଚ୍ ପାଇଁ ସମୟ ଅବଧି ଦୁଇ ଘଣ୍ଟା ହେବ। ସର୍ବାଧିକ ୪୦ ଜଣ ପରୀକ୍ଷାର୍ଥୀଙ୍କୁ ୨ ଘଣ୍ଟା ଅବଧିର ଗୋଟିଏ ବ୍ୟାଚରେ ରଖାଯିବ । କର୍ମଚାରୀ ଏବଂ ପରୀକ୍ଷାର୍ଥୀ ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କର୍ମଚାରୀ ଏବଂ ପରୀକ୍ଷାର୍ଥୀମାନେ ଫେସ୍ ମାସ୍କ ବିନା ବିଦ୍ୟାଳୟ କ୍ୟାମ୍ପସରେ ପ୍ରବେଶ କରିବାକୁ ଦିଆଯିବା ନାହିଁ। ପ୍ରବେଶ ପଥରେ ହାତ ସାନିଟାଇଜର ପାଇଁ ବ୍ୟବସ୍ଥା କରାଯିବ।












Click it and Unblock the Notifications