ଏସଏସସି-ଆସିଷ୍ଟାଂଟ ଅଡିଟ ଅଫିସର ପରୀକ୍ଷାରେ ଟପ୍ପର ହେଲେ ଓଡିଆ ପୁଅ ରୋଶନ ଜେନା
ରାଜ୍ୟର ଗୌରବ ବଢାଇଲେ ଖୋର୍ଦ୍ଧାର ରୋଶନ ଜେନା । ୧୩ଲକ୍ଷ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ଜଟଣୀର ରୋଶନ ହାସଲ କରିଛନ୍ତି ସର୍ବଭାରତରେ ପ୍ରଥମ ସ୍ଥାନ ।
ଭୁବନେଶ୍ବର: ଏସଏସସି-ଆସିଷ୍ଟାଂଟ ଆଡିଟ ଅଫିସର ପରୀକ୍ଷାରେ ଟପ୍ପର ହେଲେ ଓଡିଆ ପୁଅ । ରାଜ୍ୟର ଗୌରବ ବଢାଇଲେ ଖୋର୍ଦ୍ଧାର ରୋଶନ ଜେନା । ୧୩ଲକ୍ଷ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ଜଟଣୀର ରୋଶନ ହାସଲ କରିଛନ୍ତି ସର୍ବଭାରତରେ ପ୍ରଥମ ସ୍ଥାନ ।

ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ରୋଶନ କହିଛନ୍ତି, ମନରେ ବିଶ୍ୱାସ ଆଉ କର୍ତ୍ତବ୍ୟପ୍ରତି ନିଷ୍ଠା ରହିଲେ ସଫଳତା ନିଶ୍ଚୟ ମିଳିବ । ଆସିଷ୍ଟାଂଟ ଅଡିଟ ଅଫିସର ପରୀକ୍ଷାରେ ଟପ୍ପର ରୋଶନ ଜେନା, ଜଟଣୀ ରେଳବାଇ କଲୋନୀର ଭୀମସେନ ଓ ସବିତା ଜେନାଙ୍କ ବଡ ପୁଅ । ସ୍କୁଲ ପଢା ପରେ ରାଉରକେଲା ନିଟ୍ରେ ବି-ଟେକ କରିଛନ୍ତି ।












Click it and Unblock the Notifications