ଆଜିଠୁ +୩ ନାମଲେଖା ପାଇଁ ଆବେଦନ

ଆଜିଠୁ + ୩ ନାମଲେଖା ପାଇଁ ଆବେଦନ ଆରମ୍ଭ । ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଆଜି ଦିନ ୧୧ଟା ଠାରୁ www.samsodisha. gov. in ରେ ଅନ୍‌ଲାଇନ୍ ଆବେଦନ ଫର୍ମ ଉପଲବ୍ଧ ହୋଇଯାଇଛି ।

ଭୁବନେଶ୍ୱର: ଆଜିଠୁ +୩ ନାମଲେଖା ପାଇଁ ଆବେଦନ ଆରମ୍ଭ । ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଆଜି ଦିନ ୧୧ଟା ଠାରୁ www.samsodisha. gov. in ରେ ଅନ୍‌ଲାଇନ୍ ଆବେଦନ ଫର୍ମ ଉପଲବ୍ଧ ହୋଇଯାଇଛି । ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୨୫ ରହିଛି । ଅଗଷ୍ଟ ୨୫ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ।

Education

ତେବେ ଅଗଷ୍ଟ ୩୧ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ । ସେପ୍ଟେମ୍ବର ୨ରୁ ୫ ତାରିଖ ପର୍ଯ୍ୟନ୍ତ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା । ସେହିପରି ସେପ୍ଟେମ୍ବର ୧୧ରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ । ୧୨ରୁ ୧୪ ଯାଏ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା । ଏହା ପରେ ସିଟ୍ ଖାଲି ପଡ଼ିଲେ ସେପ୍ଟେମ୍ବର ୧୬ ତାରିଖରେ ସେ ସଂପର୍କିତ ସୂଚନା ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ଏନେଇ କିଛି ଦିନ ତଳେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଏହା ମଧ୍ୟରେ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳାର ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି । ଜୁଲାଇ ୨୭ ତାରିଖରେ ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋମବାର କଳାର ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୯୪% ରହିଥିବା ବେଳେ ବାଣିଜ୍ୟରେ ୮୯% ଓ କଳାରେ ୮୨.୧୦% ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+