ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ: ଜାଣନ୍ତୁ, କେମିତି କରିବେ ଆପ୍ଲାଏ ?
ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । SAM’s ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ କରିପାରିବେ । ଦିନ ୧୧ଟାରୁ ଖୋଲିବ ସାମସ ପୋର୍ଟାଲ।
ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । SAM's ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ କରିପାରିବେ । ଦିନ ୧୧ଟାରୁ ଖୋଲିବ ସାମସ ପୋର୍ଟାଲ।

www.samsodisha.gov.in ରେ ଫର୍ମ ଉପଲବ୍ଧ ହେବ। ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ସେପ୍ଟେମ୍ବର ୧୩ ତାରିଖ ଦିନ ୧୧ଟା ୩୦ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ। ସେପ୍ଟେମ୍ବର ୧୪ରୁ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ୨୭ ତାରିଖ ଅପରାହ୍ନ ୪ଟାରେ ଦ୍ୱିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ। ୨୯ସେପ୍ଟେମ୍ବରରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଦ୍ୱିତୀୟ ପଯର୍ୟାୟ ନାମଲେଖା ହେବ। ଦୁଇ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ୍ ତାଲିକା ଓ ସ୍ପଟ ଆଡମିଶନ ପାଇଁ ଅକ୍ଟୋବର ୪ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ସ୍ପଟ ଆଡମିଶନ ପାଇଁ ଅକ୍ଟୋବର ୪ ଓ ୫ରେ ପଞ୍ଜୀକରଣ କରିବେ । ଅକ୍ଟୋବର ୫ରେ ସ୍ପଟ ଆଡମିଶନ ପାଇଁ ମେରିଟ ଲିଷ୍ଟ ପ୍ରକାଶ ପରେ ମନୋନୀତ ଛାତ୍ରଛାତ୍ରୀମାନେ ଅକ୍ଟୋବର ୭ରେ ନାମ ଲେଖାଇବେ। ଅକ୍ଟୋବର ୮ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ।
ନାମଲେଖା ପରେ ୟୁଜିସି ଗାଇଡଲାଇନ ମୁତାବକ ପାଠପଢ଼ା ଆରମ୍ଭ ହେବ । କମିଟିର ନିଷ୍ପତି ମୁତାବକ କରୋନା ପାଇଁ କୌଣସି ଆଡ଼ମିଶନ ଫି ବୃଦ୍ଧି କରାଯିବନାହିଁ । ଅକ୍ଟୋବରରୁ କ୍ଳାସ ଆରମ୍ଭ ପାଇଁ ୟୁଜିସି ସମୟ ଦେଇଛି ।
ସେପଟେ ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ୫୪ ହଜାର ୯୦୦ଟି ସିଟ୍ ବୃଦ୍ଧି କରାଯାଇଛି। ତେବେ ୭୨ ହଜାର ସିଟ ବୃଦ୍ଧି ପାଇଁ ଆବେଦନ କରିଥିଲେ ବିଭିନ୍ନ ସ୍କୁଲ। ଯଦି ଦେଖିବା କଳାରେ ସିଟ ବୃଦ୍ଧି ପାଇଁ ୪୦ ହଜାର ଆବେଦନ ଆସିଥିଲା କିନ୍ତୁ ୩୮ହଜାର ସିଟ ବୃଦ୍ଧି ପାଇଁ ଅନୁମତି ଦିଆଯାଇଥିଲା। ସେହିଭଳି ବିଜ୍ଞାନରେ ୨୫ ହଜାର ସିଟ ବୃଦ୍ଧି ପାଇଁ ଆବେଦନ ଆସିଥିଲା କିନ୍ତୁ ୧୩ ହଜାର ସିଟ୍ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି। ବାଣିଜ୍ୟରେ ୪ହଜାର ଆବେଦନରୁ ୩୯୦୦ ସିଟକୁ ଅନୁମତି ଦିଆଯାଇଛି।












Click it and Unblock the Notifications